ଟ୍ରକ୍ ଧକ୍କାରେ ବାଲିକୁଦା ଶିକ୍ଷାବିଭାଗ ସିଆରସିସିଙ୍କ ମୃତ୍ୟୁ

Published: Jun 11, 2020, 8:43 pm IST

ରମେଶ ମହାନ୍ତି
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳର ଗୋପାଳପୁରୁ ବଜାର ଠାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବାଲିକୁଦା ସିଆରସିସି ପ୍ରାଣ ହରାଇଛନ୍ତି । ବାଲିକୁଦା ପଟୁ ସିଆରସିସି ପ୍ରଶାନ୍ତ କୁମାର ପଣ୍ଡା ପ୍ୟାସନ ଗାଡ଼ିରେ ଫେରୁଥିବା ବେଳେ ସାମ୍ନାପଟୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଗୋପାଳପୁର ବଜାର ଠାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ଶିକ୍ଷକଙ୍କର ପ୍ରାଣହାନି ଘଟିଥିଲା । ଶ୍ରୀ ପଣ୍ଡା ବାଲିକୁଦା ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ଚଅଁରପୁର ଗ୍ରାମର ଏବଂ ସେ ବାଲିକୁଦା ଶିକ୍ଷା ବିଭାଗରେ ସିଆରସିସି ଭାବରେ କାର୍ଯ୍ୟରତ ଥିଲେ ।

ଖବର ପାଇ ବାଲିକୁଦା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଟ୍ରକଟିକୁ ଜବତ କରିବା ସହିତ ଟ୍ରକ ଚାଳକକୁ ଗିରଫ କରିଥିଲେ । ଏହାପରେ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ୍‌ । ଏହି ଘଟଣାକୁ ନେଇ ବାଲିକୁଦା ଶିକ୍ଷା ବିଭାଗ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

Related posts