Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଆଉ ଏକ ସହରରେ ପ୍ରତ୍ୟେକ ଶନିବାର ଓ ରବିବାର ବଜାର ବନ୍ଦ ରହିବ
ଆଜିର ଖବର

ପୁଣି ଆଉ ଏକ ସହରରେ ପ୍ରତ୍ୟେକ ଶନିବାର ଓ ରବିବାର ବଜାର ବନ୍ଦ ରହିବ

June 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୋପାଳ : ଓଡ଼ିଶା ପରି ଭୋପାଳରେ ମଧ୍ୟ ସପ୍ତାହକୁ ଦୁଇ ଦିନ ବଜାର ବନ୍ଦ ରଖିବା ନେଇ ନିଷ୍ପତ୍ତି ହୋଇଛି । ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଗୋଟିଏ ଦିନରେ ସର୍ବାଧିକ 85ଟି ନୂତନ ମାମଲା ସାମ୍ନାକୁ ଆସିଛି । ଏହା ପରେ ମଧ୍ୟପ୍ରଦେଶର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନରୋତ୍ତମ ମିଶ୍ର ଏକ ବଡ ନିଷ୍ପତ୍ତି ନେଇଛନ୍ତି  । ପ୍ରତ୍ୟେକ ଶନିବାର ଏବଂ ରବିବାର ସହରର ବଜାର ବନ୍ଦ ରହିବ । ଯାହା ଦ୍ବାରା ମହାମାରୀ ସଂକ୍ରମଣକୁ ପ୍ରତିହତ କରିବାରେ ସହାୟକ ହୋଇପାରିବ ।

ଭୋପାଳରେ ପାଞ୍ଚ ଦିନ ମାର୍କେଟ୍‌ ଖୋଲା ରହିବାକୁ ନିଷ୍ପତ୍ତି ହୋଇଥିବାବେଳେ ସପ୍ତାହର ଦୁଇ ଦିନ ଏବେ ଦୋକାନ ବଜାର ବନ୍ଦ ରହିବ । ଯଦିଓ ମଧ୍ୟପ୍ରଦେଶରେ ଏବେ କରୋନା ମାମଲା ନିୟନ୍ତ୍ରଣାଧୀନ ରହିଛି, କିନ୍ତୁ ଭୋପାଳରେ ମାମଲା ବଢୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।  ଭୋପାଳରେ ମୋଟ୍‌ 2012 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି 66 ଜଣଙ୍କ ମୃତ୍ୟୁ ହୋଇଛି । 1403 ଜଣ ସୁସ୍ଥ ହୋଇଥିବାବେଳେ 543 ଜଣ ଏବେବି ଚିକିତ୍ସାଧୀନ ରହିଛନ୍ତି ।

ସୂଚନାଯୋଗ୍ୟ,  ଅନ୍‌ଲକ୍‌ 1,0ରେ  ଓଡ଼ିଶା ସରକାର ରାଜ୍ୟର 11ଟି ସହରରେ ସପ୍ତାହକୁ ଦୁଇ ଦିନ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଯାହା ଦ୍ବାରା ଅଧିକ ସଂକ୍ରମିତ ମାମଲା ରହିଥିବା ଅଞ୍ଚଳଗୁଡିକରେ ସପ୍ତାହରେ ଦୁଇ ଦିନ ଅର୍ଥାତ୍‌ ଶନିବାର ଓ ରବିବାର ସଟ୍‌ଡାଉନ୍‌ ପାଳନ କରାଯାଉଛି । ତେବେ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍‌ ଦିଆଯାଇଛି । (ଏଜେନ୍ସି)

bhopal
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ: ପ୍ରଥମ ବିଜୟ ପରେ କେଉଁ ସ୍ଥାନରେ ରହିଲା SRH, ଜାଣନ୍ତୁ ପଏଣ୍ଟ ଟେବୁଲ

April 3, 2026

ଦଣ୍ଡ ନାଚରେ ଅଶ୍ଳୀଳତା ପ୍ରସଙ୍ଗ: କାରଣ ଦର୍ଶାଅ ନୋଟିସ ଜାରି କଲେ ଛତ୍ରପୁର ତହସିଲଦାର

April 3, 2026

ପାକିସ୍ତାନ ଉପରେ ଆଫଗାନିସ୍ତାନର ସର୍ଜିକାଲ୍ ଷ୍ଟ୍ରାଇକ୍: ୩ ପାକିସ୍ତାନୀ ସୈନିକ ନିହତ

April 3, 2026

ରାଜ୍ୟର ୧୮୮୯ ଟି ନୂତନ ଅଙ୍ଗନବାଡ଼ି ଗୃହ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

April 3, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ବିଜୟ ପରେ କେଉଁ ସ୍ଥାନରେ ରହିଲା SRH, ଜାଣନ୍ତୁ ପଏଣ୍ଟ ଟେବୁଲ

April 3, 2026

ଦଣ୍ଡ ନାଚରେ ଅଶ୍ଳୀଳତା ପ୍ରସଙ୍ଗ: କାରଣ ଦର୍ଶାଅ ନୋଟିସ ଜାରି କଲେ ଛତ୍ରପୁର ତହସିଲଦାର

April 3, 2026

ପାକିସ୍ତାନ ଉପରେ ଆଫଗାନିସ୍ତାନର ସର୍ଜିକାଲ୍ ଷ୍ଟ୍ରାଇକ୍: ୩ ପାକିସ୍ତାନୀ ସୈନିକ ନିହତ

April 3, 2026

ରାଜ୍ୟର ୧୮୮୯ ଟି ନୂତନ ଅଙ୍ଗନବାଡ଼ି ଗୃହ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.