Categories
ଆଜିର ଖବର ଜାତୀୟ ଖବର

ଭୋପାଳ ସଚିବାଳୟ ଭବନରେ ଭୀଷଣ ଅଗ୍ନିକାଣ୍ଡ, ନିଆଁ ଲିଭାଇବାରେ ନିୟୋଜିତ ଅଗ୍ନିଶମ ବାହିନୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ସଚିବାଳୟରେ ହଠାତ୍ ନିଆଁ ଲାଗିବାର ଖବର ଆସିଛି। ଆଜି ସକାଳେ ସଚିବାଳୟ ଭବନରୁ ପ୍ରବଳ ମାତ୍ରାର ଧୂଆଁ ବାହାରିଥିଲା। ଧୂଆଁରୁ ଏହା ବିଚାର କରାଯାଇପାରେ ଯେ ନିଆଁ ଭୟଙ୍କର ଅଟେ। ଏଭଳି ପରିସ୍ଥିତିରେ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।

ଭୋପାଳର ବଲ୍ଲଭ ଭବନ ରାଜ୍ୟ ସଚିବାଳୟରେ ଅଗ୍ନିକାଣ୍ଡ ଘଟଣାରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ, ‘ବଲ୍ଲଭ ଭବନର ପୁରୁଣା କୋଠାର ତୃତୀୟ ମହଲାରେ ନିଆଁ ଲାଗିଥିବାର ମୋତେ ଶୁକନା ମିଳିଛି। କଲେକ୍ଟରଙ୍କଠାରୁ ପ୍ରାପ୍ତ ସୂଚନା ଉପରେ ଆଧାର କରି, ମୁଁ ଏହାକୁ CS ଉପରେ ନଜର ରଖିବାକୁ କହିଛି। ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରି ଏକ ରିପୋର୍ଟ ଦାଖଲ କରିବାକୁ CS କୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପୁଣି ଆଉ ଏକ ସହରରେ ପ୍ରତ୍ୟେକ ଶନିବାର ଓ ରବିବାର ବଜାର ବନ୍ଦ ରହିବ

ଭୋପାଳ : ଓଡ଼ିଶା ପରି ଭୋପାଳରେ ମଧ୍ୟ ସପ୍ତାହକୁ ଦୁଇ ଦିନ ବଜାର ବନ୍ଦ ରଖିବା ନେଇ ନିଷ୍ପତ୍ତି ହୋଇଛି । ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଗୋଟିଏ ଦିନରେ ସର୍ବାଧିକ 85ଟି ନୂତନ ମାମଲା ସାମ୍ନାକୁ ଆସିଛି । ଏହା ପରେ ମଧ୍ୟପ୍ରଦେଶର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନରୋତ୍ତମ ମିଶ୍ର ଏକ ବଡ ନିଷ୍ପତ୍ତି ନେଇଛନ୍ତି  । ପ୍ରତ୍ୟେକ ଶନିବାର ଏବଂ ରବିବାର ସହରର ବଜାର ବନ୍ଦ ରହିବ । ଯାହା ଦ୍ବାରା ମହାମାରୀ ସଂକ୍ରମଣକୁ ପ୍ରତିହତ କରିବାରେ ସହାୟକ ହୋଇପାରିବ ।

ଭୋପାଳରେ ପାଞ୍ଚ ଦିନ ମାର୍କେଟ୍‌ ଖୋଲା ରହିବାକୁ ନିଷ୍ପତ୍ତି ହୋଇଥିବାବେଳେ ସପ୍ତାହର ଦୁଇ ଦିନ ଏବେ ଦୋକାନ ବଜାର ବନ୍ଦ ରହିବ । ଯଦିଓ ମଧ୍ୟପ୍ରଦେଶରେ ଏବେ କରୋନା ମାମଲା ନିୟନ୍ତ୍ରଣାଧୀନ ରହିଛି, କିନ୍ତୁ ଭୋପାଳରେ ମାମଲା ବଢୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।  ଭୋପାଳରେ ମୋଟ୍‌ 2012 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି 66 ଜଣଙ୍କ ମୃତ୍ୟୁ ହୋଇଛି । 1403 ଜଣ ସୁସ୍ଥ ହୋଇଥିବାବେଳେ 543 ଜଣ ଏବେବି ଚିକିତ୍ସାଧୀନ ରହିଛନ୍ତି ।

ସୂଚନାଯୋଗ୍ୟ,  ଅନ୍‌ଲକ୍‌ 1,0ରେ  ଓଡ଼ିଶା ସରକାର ରାଜ୍ୟର 11ଟି ସହରରେ ସପ୍ତାହକୁ ଦୁଇ ଦିନ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଯାହା ଦ୍ବାରା ଅଧିକ ସଂକ୍ରମିତ ମାମଲା ରହିଥିବା ଅଞ୍ଚଳଗୁଡିକରେ ସପ୍ତାହରେ ଦୁଇ ଦିନ ଅର୍ଥାତ୍‌ ଶନିବାର ଓ ରବିବାର ସଟ୍‌ଡାଉନ୍‌ ପାଳନ କରାଯାଉଛି । ତେବେ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍‌ ଦିଆଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଭୋପାଳରେ ଫୁଟ୍‌ ଓଭର୍‌ ବ୍ରିଜ୍‌ ଭୁଷୁଡି 9 ଆହତ

ଭୋପାଳ : ଭୋପାଳରେ ଏକ ଫୁଟ୍‌ ଓଭର ବ୍ରିଜ୍‌ ଭୁଷୁଡି ପଡିବାରୁ 9 ଜଣ ଆହତ ହୋଇଛନ୍ତି । ଭୋପାଳ ରେଳ ଷ୍ଟେସନ୍‌ରେ ଏହି ଫୁଟ୍‌ ଓଭର ବ୍ରିଜ୍‌ଟି ଭୁଷୁଡି ପଡିଥିଲା । ସକାଳ 9.10 ମିନିଟ୍‌ରେ ଏହି ଅଘଟଣ ଘଟିଥିଲା । ପ୍ଲାଟଫର୍ମ 2 ଏବଂ 3 ମଧ୍ୟରେ ରହିଥିବା ଏହି ବ୍ରିଜ୍‌ର କିଛି ଅଂଶ ଭୁଷୁଡି ପଡିଥିଲା । 9 ଜଣ ଆହତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି । ଆହତ ମାନଙ୍କୁ ରେଳବାଇ ଏବଂ ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରେଳବାଇର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ପ୍ରଜ୍ଞା ସିଂ ଠାକୁରଙ୍କ ପ୍ରାର୍ଥିତ୍ଵକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଆଠୱଲେଙ୍କ ଅସନ୍ତୋଷ

“ରିପବ୍ଲିକନ ପାର୍ଟି ଅଫ ଇଣ୍ଡିଆ” ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଆଠୱଲେ ପ୍ରଜ୍ଞା ସିଂ ଠାକୁରଙ୍କ ପ୍ରାର୍ଥିତ୍ଵକୁ ନେଇ ଭାରତୀୟ ଜନତା ପାର୍ଟି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାରତୀୟ ଜନତା ପାର୍ଟି ଭୋପାଳ ଲୋକସଭା ଆସନ ପାଇଁ ପ୍ରଜ୍ଞାଙ୍କୁ ପ୍ରାର୍ଥୀ କରିଛି। ତେଣୁ ରାମଦାସ ଏହାକୁ ନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ ପ୍ରଜ୍ଞାକୁ ନେଇ ଆମ ସହଯୋଗୀ ଦଳ ବିଜେପି ଭୁଲ ନିଷ୍ପତି ନେଇଛି, ଯାହାର ଫଳ ତାକୁ ଭୋଗିବାକୁ ପଡିବ। ପ୍ରଜ୍ଞା ନିର୍ବାଚନ ଜିତିବା ସମ୍ଭବ ହୋଇନପାରେ। ଶହୀଦ ହେମନ୍ତ କରକରେଙ୍କ ଉପରେ ପ୍ରଜ୍ଞା ଦେଇଥିବା ମନ୍ତବ୍ୟକୁ ସେ କଡା ନିନ୍ଦା କରିଛନ୍ତି। କିନ୍ତୁ ଭୋପାଳରେ ପ୍ରାର୍ଥିତ୍ଵକୁ ନେଇ କେନ୍ଦ୍ରମନ୍ତ୍ରୀ ଆଠବଲେ କହିଛନ୍ତି, ଏହା ବିଜେପିର ନିଜ ନିଷ୍ପତି ଏଥିରେ ଆମେ ହସ୍ତକ୍ଷେପ କରିବା ଠିକ ନୁହଁ। ସେ ବିଜେପିକୁ ପରାମର୍ଶ ଦେଇ କହିଛନ୍ତି ଯେ, ଯେଉଁ ପରି ଭାବରେ ପ୍ରଜ୍ଞା ସିଂ ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେଉଛନ୍ତି, ତାହା ଉପରେ ପାର୍ଟିକୁ ଚିନ୍ତା କରିବା ଆବଶ୍ୟକ। ଏବଂ ଭବିଷ୍ୟତରେ ସେ ଯେପରି ବିବାଦୀୟ ମନ୍ତବ୍ୟରୁ ନିବୃତ୍ତ ରହିବେ ବିଜେପି ଏନେଇ ବିଚାର କରିବା ଆବଶ୍ୟକ।

Categories
ଆଜିର ଖବର

ଭୋପାଳ ଆରଏସ୍‌ଏସ୍‌ ମୁଖ୍ୟାଳୟରୁ ସୁରକ୍ଷା ବ୍ୟବସ୍ଥା ହଟାଯିବାକୁ ନେଇ ଦିଗ୍‌ବିଜୟ ଅସନ୍ତୁଷ୍ଟ

ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘକୁ ନେଇ ରାଜନୀତି ଘନେଇବାରେ ଲାଗିଛି। ମଧ୍ୟପ୍ରଦେଶର କଂଗ୍ରେସ ସରକାର ଭୋପାଳ ସ୍ଥିତ ଆରଏସଏସ ମୁଖ୍ୟାଳୟରୁ ସୁରକ୍ଷା ବ୍ୟବସ୍ଥା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଗତକାଲି ବିଳମ୍ବିତ ରାତ୍ରୀରେ ଆରଏସଏସ କାର୍ଯ୍ୟାଳୟ ସମାଧି ଭବନରେ ସୁରକ୍ଷା ଦାୟିତ୍ୱରେ ଥିବା ଏସଏଫ ଯବାନଙ୍କୁ ହଟେଇ ଦିଆଯାଇଛି। ଏହି ନିଷ୍ପତ୍ତିକୁ ନେଇ  ତାଙ୍କ ପାର୍ଟିର ଜଣେ ବରିଷ୍ଠ ନେତା ଦିଗବିଜୟ ସିଂହ ଅସନ୍ତୁଷ୍ଟ ହୋଇଛନ୍ତି। ସେ ଟ୍ୱିଟ କରି ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ବ୍ୟବସ୍ଥାକୁ ପୁନର୍ବାର ଫେରେଇବା ପାଇଁ ଅନୁରୋଧ କରିଛନ୍ତି। ଦିଗବିଜୟ ଟ୍ୱିଟରରେ କହିଛନ୍ତି, ଭୋପାଳ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ କାର୍ଯ୍ୟାଳୟ ଉପରୁ ସୁରକ୍ଷା ହଟେଇ ଦେବା ଉଚିତ୍ ନୁହେଁ। ତେଣୁ ସେ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ତତ୍କାଳ ସୁରକ୍ଷା ବ୍ୟବସ୍ଥା ଫେରେଇ ଦିଅନ୍ତୁ  ବୋଲି ଅନୁରୋଧ କରିଛନ୍ତି। ୨୦୦୯ରୁ  ଭୋପାଳସ୍ଥିତ ଆରଏସ୍‌ଏସ୍‌ ମୁଖ୍ୟାଳୟକୁ ସୁରକ୍ଷା ପ୍ରଦାନ କରାଯାଇଥିଲା। ଏଥିରେ ଏସଏଏଫ ଯବାନଙ୍କୁ ନିୟୋଜିତ କରାଯାଇଥିଲା।