ଭୋପାଳ ଆରଏସ୍‌ଏସ୍‌ ମୁଖ୍ୟାଳୟରୁ ସୁରକ୍ଷା ବ୍ୟବସ୍ଥା ହଟାଯିବାକୁ ନେଇ ଦିଗ୍‌ବିଜୟ ଅସନ୍ତୁଷ୍ଟ

Published: Apr 2, 2019, 12:53 pm IST
securities removed from rss office in bhopal

ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘକୁ ନେଇ ରାଜନୀତି ଘନେଇବାରେ ଲାଗିଛି। ମଧ୍ୟପ୍ରଦେଶର କଂଗ୍ରେସ ସରକାର ଭୋପାଳ ସ୍ଥିତ ଆରଏସଏସ ମୁଖ୍ୟାଳୟରୁ ସୁରକ୍ଷା ବ୍ୟବସ୍ଥା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଗତକାଲି ବିଳମ୍ବିତ ରାତ୍ରୀରେ ଆରଏସଏସ କାର୍ଯ୍ୟାଳୟ ସମାଧି ଭବନରେ ସୁରକ୍ଷା ଦାୟିତ୍ୱରେ ଥିବା ଏସଏଫ ଯବାନଙ୍କୁ ହଟେଇ ଦିଆଯାଇଛି। ଏହି ନିଷ୍ପତ୍ତିକୁ ନେଇ  ତାଙ୍କ ପାର୍ଟିର ଜଣେ ବରିଷ୍ଠ ନେତା ଦିଗବିଜୟ ସିଂହ ଅସନ୍ତୁଷ୍ଟ ହୋଇଛନ୍ତି। ସେ ଟ୍ୱିଟ କରି ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ବ୍ୟବସ୍ଥାକୁ ପୁନର୍ବାର ଫେରେଇବା ପାଇଁ ଅନୁରୋଧ କରିଛନ୍ତି। ଦିଗବିଜୟ ଟ୍ୱିଟରରେ କହିଛନ୍ତି, ଭୋପାଳ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ କାର୍ଯ୍ୟାଳୟ ଉପରୁ ସୁରକ୍ଷା ହଟେଇ ଦେବା ଉଚିତ୍ ନୁହେଁ। ତେଣୁ ସେ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ତତ୍କାଳ ସୁରକ୍ଷା ବ୍ୟବସ୍ଥା ଫେରେଇ ଦିଅନ୍ତୁ  ବୋଲି ଅନୁରୋଧ କରିଛନ୍ତି। ୨୦୦୯ରୁ  ଭୋପାଳସ୍ଥିତ ଆରଏସ୍‌ଏସ୍‌ ମୁଖ୍ୟାଳୟକୁ ସୁରକ୍ଷା ପ୍ରଦାନ କରାଯାଇଥିଲା। ଏଥିରେ ଏସଏଏଫ ଯବାନଙ୍କୁ ନିୟୋଜିତ କରାଯାଇଥିଲା।

Related posts