
ଭୁବନେଶ୍ବର : ବାତିଲ୍ ହେବନି ବିପିୟୁଟିର ଅଷ୍ଟମ ସେମିଷ୍ଟାର ପରୀକ୍ଷା । ଜୁଲାଇ ପ୍ରଥମ ସପ୍ତାହରେ ହେବ ଅନ୍ଲାଇନ୍ ପରୀକ୍ଷା । ସବୁ ଜିଲ୍ଲାରେ ଓ ରାଜ୍ୟ ବାହାରେ ପରୀକ୍ଷା କେନ୍ଦ୍ର କରାଯିବ । ଛାତ୍ରଛାତ୍ରୀ ଚାହିଁଲେ ଅଫ୍ଲାଇନ୍ରେ ବି ପରୀକ୍ଷା ଦେଇପାରିବେ। ତେବେ ଶିକ୍ଷାନୁଷ୍ଠାନ ଖୋଲିବା ପରେ ଅଫ୍ଲାଇନ୍ରେ ପରୀକ୍ଷା ହେବ ବୋଲି ଏନେଇ ସୂଚନା ଦେଇଛନ୍ତି ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ।
ସୂଚନାଯୋଗ୍ୟ, କୋଭିଡ୍ ଭୂତାଣୁର ଭୟାବହତା ଏବଂ ଛାତ୍ରଛାତ୍ରୀଙ୍କ ବିରୋଧ ପରେ ଶେଷରେ ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ଫାଇନାଲ୍ ଏବଂ ଫାଇନାଲ୍ ସେମିଷ୍ଟାରର ବାକିଥିବା ସମସ୍ତ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ବିକଳ୍ପ ମୂଲ୍ୟାୟନ ଜରିଆରେ ପ୍ରତ୍ୟେକ ବିଷୟ ପାଇଁ ମୂଲ୍ୟାୟନ କରି ମାର୍କ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି।
Tags: ଅନ୍ଲାଇନ୍, ବିପିୟୁଟି