ମାସ୍କ ଉଲ୍ଲଂଘନକାରୀଙ୍କଠାରୁ ଆଦାୟ ହୋଇଛି କୋଟିଏରୁ ଅଧିକ ଟଙ୍କାର ଜରିମାନା

Published: Jun 12, 2020, 3:23 pm IST

ଭୁବନେଶ୍ବର : ମାସ୍କ ପିନ୍ଧିନଥିବା  ଅମାନିଆଙ୍କଠାରୁ ମୋଟା ରକମର ଜରିମାନା ଆଦାୟ ହୋଇଛି । ମାସ୍କ ଉଲ୍ଲଂଘନକାରୀଙ୍କଠାରୁ କୋଟିଏରୁ ଅଧିକ ଟଙ୍କାର ଜରିମାନା ଆଦାୟ ହୋଇଛି  ବୋଲି ସୂଚନା ଦେଇଛନ୍ତି  ଡିଜି ଅଭୟ। ମୁଖ୍ୟମନ୍ତ୍ରୀ ସହ ମିଟିଂ ବେଳେ ପୋଲିସ ଡିଜି ଅଭୟଙ୍କ ସୂଚନା ଦେଇଛନ୍ତି । ମାସ୍କ ଉଲ୍ଲଂଘନକାରୀଙ୍କଠାରୁ 1କୋଟି 25 ଲକ୍ଷ 84 ହଜାର ଆଦାୟ ହୋଇଥିବାବେଳେ ସାମାଜିକ ଦୂରତ୍ବ  ଉଲ୍ଲଂଘନ ନେଇ 11ଲକ୍ଷ 74 ହଜାର ଟଙ୍କା ଆଦାୟ ହୋଇଛି । ସେହିପରି ରାତ୍ରକାଳୀନ କର୍ଫ୍ୟୁ ଉଲ୍ଲଂଘନକାରୀଙ୍କଠାରୁ 1ଲକ୍ଷ  3 ହଜାର ଆଦାୟ ହୋଇଛି ।

କରୋନା ସ୍ଥିତି ଓ ଆଇନ ଶୃଙ୍ଖଳା ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜିଲ୍ଲାର ଏସ୍‌ପି ଓ ରେଞ୍ଜ୍‌ ଡିଆଇଜିଙ୍କ ସହ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଆଲୋଚନା  ସମୟରେ ଫାଇନ୍‌ ଆଦାୟ ନେଇ ସୂଚନା ପ୍ରଦାନ କରିଛନ୍ତି ଡିଜି ଅଭୟ ।

Related posts