୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ

Published: Jun 12, 2020, 4:07 pm IST

ପିଣ୍ଟୁ ବିଷୋୟୀ 

କୋଦଳା : ଗଞ୍ଜାମ ଜିଲ୍ଲାରେ ଆଜି ଜଣେ ବ୍ୟକ୍ତି ୧୧  କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, କୋଦଳା ଥାନା ଅନ୍ତର୍ଗତ ୱାର୍ଡ଼ ନମ୍ବର ୧୦ର ବିଶୋୟୀ ସାହିର ୫୦ ବର୍ଷୀୟ ଶ୍ରୀନିବାସ ପଣ୍ଡାଙ୍କ ଦିନ ୧୦.୩୦ ମିନଟ ସମୟରେ ଘର ଛାତ ଉପରେ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସସ୍ପର୍ଶରେ ଆସି ମୃତ୍ଯବରଣ କରିଥିବାର ସୂଚନା ରହିଛି ।

ଘଟଣାରୁ ପ୍ରକାଶ ଯେ ଶ୍ରୀନିବାସ ଲୁଗା ଶୁଖେଇବା ପାଇଁ ଛାତ ଉପରକୁ ଯାଇଥିବା ବେଳେ ତାଙ୍କ ଘର ଛାତ ଉପରେ ଦେଇ ଯାଇଥିବା ବିଦ୍ୟୁତ୍ ତାର ଉପରେ ଏକ ମାଙ୍କଡ଼ଟିଏ ବସିଥିଲା ହଠାତ୍ ଶ୍ରୀନିବାସକୁ ଦେଖି ମାଙ୍କଡ଼ଟି ଡେଇଁ ପଡ଼ିଥିଲା । ଏହି ସମୟରେ ବିଦ୍ୟୁତ୍ ତାର ଶ୍ରୀନିବାସଙ୍କ ସଂସ୍ପର୍ଶରେ ଆସିବା ଫଳରେ ସେ ମୃତ୍ୟୁବରଣ କରିଥିବା ପ୍ରକାଶ ପାଇଛି । ସଙ୍ଗେ ସଙ୍ଗେ ଶ୍ରୀନିବାସଙ୍କୁ କୋଦଳା ଡାକ୍ତରଖାନାକୁ ନିଆ ଯାଇଥିଲା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ବିଷୋୟୀ ସାହି ବାସିନ୍ଦା ଏବଂ ସ୍ଥାନୀୟ କିଛି ବୁଦ୍ଧିଜିବୀଙ୍କ କହିବା ମୁତାବକ ଉକ୍ତ ବିଦ୍ୟୁତ ତାର ହଟାଇବା ପାଇଁ ବିଦ୍ୟୁତ୍ ବିଭାଗ କର୍ତ୍ତୁପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ଯ ସେମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏମିତି ନିରୀହ ବ୍ୟକ୍ତିଙ୍କ ଜୀବନ ଯାଉଛି ।

ଏଦିଗରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେବା ସହ ଶ୍ରୀ ନିବାସ ପରିବାରକୁ ଆର୍ଥିକ ସହାୟତା ପାଇଁ ଦାବୀ କରିଛନ୍ତି । ଏହି ସାହିର ଜଣେ ମହିଳା କିଛିଦିନ ପୂର୍ବରୁ ମଧ୍ଯ ବିଦ୍ୟୁତ୍ ତାର ସସ୍ପର୍ଶରେ ଆସି ବର୍ତ୍ତମାନ ଘରେ ଚିକିସ୍ଥାଧିନ ଅବସ୍ଥା ରେ ଅଛନ୍ତି । ଆଜିର ଏହି ଘଟଣା ନେଇ ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ସମ୍ଭବପର ହୋଇ ନଥିଲା।

Related posts