ସବ୍ୟସାଚ୍ଚୀଙ୍କ ସହାୟତାରେ ଫେରିଲେ ପ୍ରବାସୀ

Published: Jun 12, 2020, 9:30 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ପ୍ରଚେଷ୍ଟାରେ ରାଜ୍ୟକୁ ଫେରିଛନ୍ତି 40 ପ୍ରବାସୀ । ଆଜି ଗଂଜାମ ଓ କନ୍ଧମାଳ ଜିଲ୍ଲାର 40 ଜଣ ପ୍ରବାସୀଙ୍କୁ ସେ କେରଳରୁ ଫେରାଇ ଆଣିଛନ୍ତି । ପୂର୍ବରୁ ମଧ୍ୟ ସବ୍ୟସାଚ୍ଚୀ ବସ୍ ଓ ଟ୍ରେନରେ ଶହଶହ ଓଡ଼ିଆ ପ୍ରବାସୀଙ୍କୁ ଫେରାଇ ଆଣିଛନ୍ତି । ସେ ଏକ ହେଲପ୍ଲଲାଇନ୍ ନମ୍ବର ଜାରି କରିଛନ୍ତି । ଏହି 40 ଜଣ ଶ୍ରମିକଙ୍କୁ ସବ୍ୟସାଚ୍ଚୀ ବସ୍ ଯୋଗେ କେରଳରୁ ଫେରାଇ ଆଣିଛନ୍ତି । ଆଜି ବ୍ରହ୍ମପୁର ଜାତୀୟ ରାଜପଥରେ ପହଞ୍ଚିବା ପରେ ସେମାନେ ସମସ୍ତେ ସବ୍ୟସାଚ୍ଚୀଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ ।

Related posts