Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଯୋଦ୍ଧାଙ୍କୁ ଆକ୍ରମଣ ଘଟଣା : ନ୍ୟାୟ ପାଇଁ ଏସ୍‌ପିଙ୍କୁ ଗୁହାରି
ଆଜିର ଖବର

କରୋନା ଯୋଦ୍ଧାଙ୍କୁ ଆକ୍ରମଣ ଘଟଣା : ନ୍ୟାୟ ପାଇଁ ଏସ୍‌ପିଙ୍କୁ ଗୁହାରି

June 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ରାଜ୍ୟ ସରକାର ସମସ୍ତ ସରପଞ୍ଚଙ୍କୁ କରୋନା ଯୋଦ୍ଧା ଆଖ୍ୟା ଦେବା ସହ ସେମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି । କିନ୍ତୁ କିଛି ଅସାମାଜିକ ଯୁବକ ଏଭଳି ଲୋକଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ସରପଞ୍ଚ ପ୍ରଭାତି ନାୟକକୁ ଗତ ୮ ତାରିଖ ଦିନ ଆକ୍ରମଣ ହୋଇଥିଲେ ମଧ୍ୟ ପୋଲିସ୍ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରିନଥିବାରୁ ଆଜି ସେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ରଙ୍କ ନିକଟରେ ନ୍ୟାୟ ପାଇଁ ଗୁହାରି କରିବାକୁ ଆସିଥିଲେ । ସୂଚନାଯୋଗ୍ୟ ଗତ ୮ ତାରିଖ ଦିନ ସରପଞ୍ଚ ଶ୍ରୀମତୀ ନାୟକ ପଦ୍ମପୁର ସଂଗରୋଧ କେନ୍ଦ୍ରକୁ ନିଜର ଡ଼୍ୟୁଟି ସାରି ନିଜର ଜଣେ ସଂପର୍କୀୟଙ୍କ ସହ ବାଇକ୍‌ରେ ଫେରୁଥିଲେ । ଏହି ସମୟରେ ପଦ୍ମପୁର ଗ୍ରାମର କିଛି ଗୁଣ୍ଡା ସଂପ୍ରଦାୟର ମଦ୍ୟପ ଲୋକ ଶଙ୍କର ଦାସ, ଫକିର ଦାସ, ଅଜି ଦାସ ପ୍ରମୁଖ ସଂଘବନ୍ଧ ହୋଇ ମନ୍ଦିର ରାସ୍ତା ନିକଟରେ ତାଙ୍କୁ ଅଟକାଇଥିଲେ । ସେମାନେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାରଣାସ୍ତ୍ର ଦେଖାଇ ଟଙ୍କା ମାଗିଥିଲେ ।

ସେ ଟଙ୍କା ନଦେବାରୁ ସମସ୍ତେ ସଂଘବଦ୍ଧ ହୋଇ ତାଙ୍କୁ ମାଡ଼ ମାରିବା ସହ ମୋଟର ସାଇକେଲ୍‌କୁ ପଥରରେ ଛେଚି ଭାଙ୍ଗି ଦେଇଥିଲେ । ପରେ ମାରଣାସ୍ତ୍ର ଧରି ସେମାନେ ତାଙ୍କୁ ଗୋଡ଼ାଇବାରୁ ଜୀବନ ବିକଳରେ ଫେରି ଆସିଥିବା ନେଇ ୯.୬.୨୦୨୦ ତାରିଖ ଦିନ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍ ୩୪୧/୩୯୪/୩୮୫/୩୨୩/୩୫୪/୪୨୭/୩୪ ଆଇପିସିରେ ମାମଲା ରୁଜୁ କରିଥିଲେ ମଧ୍ୟ ଗିରଫ କରିବା ଦୂରର କଥା କାହାକୁ ଥାନାକୁ ଆଣି ଅଟକ ମଧ୍ୟ ରଖିନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ସମୀକରଣକୁ ବଦଳାଇ ଦେବ ତିଲକ ବର୍ମାଙ୍କ ପ୍ରତ୍ୟାବର୍ତ୍ତନ: ପ୍ଲେଇଂ ଇଲେଭେନରୁ ବାଦ ପଡିବେ ଏହି ଖେଳାଳି?

January 26, 2026

ଦେଶଭକ୍ତିମୟ ପରିବେଶରେ ପୂର୍ବତଟ ରେଳପଥ ପାଳନ କଲା ୭୭ତମ ସାଧାରଣତନ୍ତ୍ର ଦିବସ

January 26, 2026

ହିନ୍ଦୁ ସଂଗଠନର ଦାବି: ତାଜମହଲରେ ପ୍ରଥମ ଥର ପାଇଁ ଉତ୍ତୋଳନ କଲେ ଜାତୀୟ ପତାକା

January 26, 2026

ସାଧାରଣତନ୍ତ୍ର ଦିବସ ୨୦୨୬: କଟକରେ ପତାକା ଉତ୍ତୋଳନ କରି ଅଭିଭାଷଣ ରଖିଲେ ମୁଖ୍ୟମନ୍ତ୍ରୀ 

January 26, 2026
Latest News

ଭାରତ ସହ ଆହୁରୀ ମଜବୁତ ହେଲା ସମ୍ପର୍କ!: ପାକିସ୍ତାନର ପୂର୍ବ ଚୁକ୍ତିକୁ ସ୍ଥଗିତ ରଖିଲା ୟୁଏଇ

January 26, 2026

ସମୀକରଣକୁ ବଦଳାଇ ଦେବ ତିଲକ ବର୍ମାଙ୍କ ପ୍ରତ୍ୟାବର୍ତ୍ତନ: ପ୍ଲେଇଂ ଇଲେଭେନରୁ ବାଦ ପଡିବେ ଏହି ଖେଳାଳି?

January 26, 2026

ଦେଶଭକ୍ତିମୟ ପରିବେଶରେ ପୂର୍ବତଟ ରେଳପଥ ପାଳନ କଲା ୭୭ତମ ସାଧାରଣତନ୍ତ୍ର ଦିବସ

January 26, 2026

ଡିଏଭି ପୋଖରୀପୁଟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

January 26, 2026

ଭାରତ ବିଷୟରେ EU ମୁଖ୍ୟଙ୍କ ବଡ଼ ବୟାନ: ଟ୍ରମ୍ପ ସମେତ ସମଗ୍ର ବିଶ୍ୱକୁ ଦେଲେ ବାର୍ତ୍ତା

January 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.