Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଯୋଦ୍ଧାଙ୍କୁ ଆକ୍ରମଣ ଘଟଣା : ନ୍ୟାୟ ପାଇଁ ଏସ୍‌ପିଙ୍କୁ ଗୁହାରି
ଆଜିର ଖବର

କରୋନା ଯୋଦ୍ଧାଙ୍କୁ ଆକ୍ରମଣ ଘଟଣା : ନ୍ୟାୟ ପାଇଁ ଏସ୍‌ପିଙ୍କୁ ଗୁହାରି

June 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ରାଜ୍ୟ ସରକାର ସମସ୍ତ ସରପଞ୍ଚଙ୍କୁ କରୋନା ଯୋଦ୍ଧା ଆଖ୍ୟା ଦେବା ସହ ସେମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି । କିନ୍ତୁ କିଛି ଅସାମାଜିକ ଯୁବକ ଏଭଳି ଲୋକଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ସରପଞ୍ଚ ପ୍ରଭାତି ନାୟକକୁ ଗତ ୮ ତାରିଖ ଦିନ ଆକ୍ରମଣ ହୋଇଥିଲେ ମଧ୍ୟ ପୋଲିସ୍ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରିନଥିବାରୁ ଆଜି ସେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ରଙ୍କ ନିକଟରେ ନ୍ୟାୟ ପାଇଁ ଗୁହାରି କରିବାକୁ ଆସିଥିଲେ । ସୂଚନାଯୋଗ୍ୟ ଗତ ୮ ତାରିଖ ଦିନ ସରପଞ୍ଚ ଶ୍ରୀମତୀ ନାୟକ ପଦ୍ମପୁର ସଂଗରୋଧ କେନ୍ଦ୍ରକୁ ନିଜର ଡ଼୍ୟୁଟି ସାରି ନିଜର ଜଣେ ସଂପର୍କୀୟଙ୍କ ସହ ବାଇକ୍‌ରେ ଫେରୁଥିଲେ । ଏହି ସମୟରେ ପଦ୍ମପୁର ଗ୍ରାମର କିଛି ଗୁଣ୍ଡା ସଂପ୍ରଦାୟର ମଦ୍ୟପ ଲୋକ ଶଙ୍କର ଦାସ, ଫକିର ଦାସ, ଅଜି ଦାସ ପ୍ରମୁଖ ସଂଘବନ୍ଧ ହୋଇ ମନ୍ଦିର ରାସ୍ତା ନିକଟରେ ତାଙ୍କୁ ଅଟକାଇଥିଲେ । ସେମାନେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାରଣାସ୍ତ୍ର ଦେଖାଇ ଟଙ୍କା ମାଗିଥିଲେ ।

ସେ ଟଙ୍କା ନଦେବାରୁ ସମସ୍ତେ ସଂଘବଦ୍ଧ ହୋଇ ତାଙ୍କୁ ମାଡ଼ ମାରିବା ସହ ମୋଟର ସାଇକେଲ୍‌କୁ ପଥରରେ ଛେଚି ଭାଙ୍ଗି ଦେଇଥିଲେ । ପରେ ମାରଣାସ୍ତ୍ର ଧରି ସେମାନେ ତାଙ୍କୁ ଗୋଡ଼ାଇବାରୁ ଜୀବନ ବିକଳରେ ଫେରି ଆସିଥିବା ନେଇ ୯.୬.୨୦୨୦ ତାରିଖ ଦିନ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍ ୩୪୧/୩୯୪/୩୮୫/୩୨୩/୩୫୪/୪୨୭/୩୪ ଆଇପିସିରେ ମାମଲା ରୁଜୁ କରିଥିଲେ ମଧ୍ୟ ଗିରଫ କରିବା ଦୂରର କଥା କାହାକୁ ଥାନାକୁ ଆଣି ଅଟକ ମଧ୍ୟ ରଖିନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026
Latest News

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.