ରାଜ୍ୟରୁ ଆଉ ଏକ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି

Published: Jun 14, 2020, 10:50 am IST

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ ଏକ ମୁଣ୍ଡ ନେଇଛି କରୋନା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଯୋଗୁଁ ଆଉଜଣଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ରହିଛି। ମୃତକଙ୍କ ବୟସ 50ବର୍ଷ ବୋଲି ଜଣାପଡିଛି । ଗଞ୍ଜାମରେ କରୋନା ଜନିତ ଏହା ହେଉଛି ଷଷ୍ଠ ମୃତ୍ୟୁ ।ମୃତକଙ୍କ ଜଣକ କରୋନାରେ ଆକ୍ରାନ୍ତ ହେବା ସହିତ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ ।  ତାଙ୍କ ଠାରେ ଡାୟବେଟିସ୍‌ ଓ ହାଇପରଟେନସନ୍‌ ଓ କିଡ୍‌ନୀ ସମସ୍ୟା ମଧ୍ୟ ରହିଥିଲା ।

ପୂର୍ବରୁ ରାଜ୍ୟରେ କରୋନା ଯୋଗୁଁ 10 ଜଣଙ୍କର ମୃତ୍ୟୁ ହୋଇଥିଲା ।  ଗଞ୍ଜାମରୁ ସର୍ବାଧିକ 6ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 4 ଜଣଙ୍କର ମୃତ୍ୟୁ ହୋଇଛି । କଟକରୁ ଜଣକର ମୃତ୍ୟୁ ଘଟିଛି । ସେହିପରି ଆଉ 3 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।

Related posts