ଚେନ୍ନାଇର ଗୋଟିଏ ହସ୍ପିଟାଲର ପ୍ରାୟ 90 ଜଣ ଡାକ୍ତର କରୋନାରେ ସଂକ୍ରମିତ

Published: Jun 14, 2020, 1:34 pm IST

ଚେନ୍ନାଇ : ଦେଶରେ କରୋନା ମାମଲା ହୁ ହୁ ହୋଇ ବଢି ଚାଲିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଡାକ୍ତରମାନେ ମଧ୍ୟ ଏବେ ଏହି ରୋଗରେ ଆକ୍ରାନ୍ତ ହେଉଥିବାର ଦେଖାଯାଉଛି ।ଚେନ୍ନାଇର ରାଜୀବ ଗାନ୍ଧି ଗର୍ଭର୍ଣ୍ଣମେଣ୍ଟ ଜେନେରାଲ୍‌ ହସ୍ପିଟାଲର 10 ଦିନ ଭିତରେ ପ୍ରାୟ 90 ଜଣ ଡାକ୍ତର ଏବେ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନାରହିଛି । ତେବେ ଏହି ଡାକ୍ତରଙ୍କ ମଧ୍ୟରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସମେତ ଅନ୍ୟ ବିଭାଗର ଡାକ୍ତର ମାନେ ମଧ୍ୟ ସାମିଲ୍‌ ରହିଛନ୍ତି ।

ଡାକ୍ତରଙ୍କ ଅଭାବ ଯୋଗୁଁ ପ୍ରାୟ 300 ଡାକ୍ତରଙ୍କୁ ବିଭିନ୍ନ ହସ୍ପିଟାଲରୁ ସ୍ଥାନାନ୍ତରିତ କରାଯାଇଛି । କରୋନା ଓ୍ବାର୍ଡ ପାଇଁ ହସ୍ପିଟାଲରେ ଆଉ 500 ଶଯ୍ୟା ପ୍ରସ୍ତୁତକରାଯାଉଛି । ସେହିପରି ରାଜ୍ୟର ସରକାରୀ ହସ୍ପିଟାଲରେ କରୋନା ଓ୍ବାର୍ଡରେ କାମ କରୁଥିବା ଡାକ୍ତର ଓ ନର୍ସମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି ।

ସୂଚନାଯୋଗ୍ୟ, ଦେଶରେ ଏବେ ସୁଦ୍ଧା ଏକ ଲକ୍ଷ 49 ହଜାର ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ସର୍ବାଧିକ ମାମଲା ମହାରାଷ୍ଟ୍ରରେ ରହିଛି । ଏଠାରେ ଅଧିକ ସଂଖ୍ୟକ ସଂକ୍ରମିତ ରହିଛନ୍ତି । ଏହା ପଛକୁ ରହିଛି ଦିଲ୍ଲୀ, ତୃତୀୟ ସ୍ଥାନରେ ତାମିଲନାଡୁ ରହିଥିବାବେଳେ ଚତୁର୍ଥ ସ୍ଥାନରେ ରହିଛି ଗୁଜୁରାଟ ଓ ପଞ୍ଚମ ସ୍ଥାନରେ ରହିଛି ପଶ୍ଚିମବଙ୍ଗ । ଏହି ସମସ୍ତ ପାଞ୍ଚୋଟି ରାଜ୍ୟରେ ଅଧିକ କରୋନା ମାମଲା ରହିଛି ।  ସେହିପରି କରୋନା ପ୍ରଭାବିତ ଦେଶଙ୍କ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । (ଏଜେନ୍ସି)

Related posts