
ଭୁବନେଶ୍ବର/ନୂଆଦିଲ୍ଲୀ : ରଥ ଯାତ୍ରାକୁ ନେଇ ଆଶା ଓ ଆଶଙ୍କା ଦିନକୁ ଦିନ ବଢିବାରେ ଲାଗିଛି । ଏନେଇ ଆସନ୍ତା 18 ତାରିଖରେ ସୁପ୍ରିମକୋର୍ଟରେ ବିଚାର କରାଯିବ । ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ବୋଲି ମଙ୍ଗଳବାର ଜଣାପଡିଛି । ମୁଖ୍ୟ ବିଚାରପତିଙ୍କ ନେତୃତ୍ବରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରିବେ । ଓଡିଶା ବିକାଶ ପରିଷଦ ପକ୍ଷରୁ ଦାୟର କରାଯାଇଥିବା ମାମଲା ଏବଂ ଅନ୍ୟ ଦୁଇ ମାମଲାର ବିଚାର ଏକତ୍ର କରାଯିବ ବୋଲି ଜଣାପଡିଛି । ମୂଳ ମାମଲା ସହିତ ଦୁଇଟି କ୍ୟାଭେଟ୍ର ଶୁଣାଣି କରାଯିବ ।
Tags: rathyatra, supremecourt