ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କରୋନା ରିପୋର୍ଟ ନେଗେଟିଭ୍‌

Published: Jun 16, 2020, 1:30 pm IST

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ଭୟଙ୍କର ରୂପ ନେଉଥିବା ବେଳେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି । ଜ୍ବର ଏବଂ ଶ୍ବାସକ୍ରିୟାରେ ସମସ୍ୟା କାରଣରୁ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପରିକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଜୈନଙ୍କ ଆରୋଗ୍ୟ କାମନା କରିଥିଲେ । ଆଜି ଦ୍ବିପ୍ରହରରେ ଜୈନ୍‌ଙ୍କ ସ୍ବାବ୍‌ ଟେଷ୍ଟ ରିପୋର୍ଟ ଆସିଥିବା ବେଳେ ଏହା ନେଗେଟିଭ୍‌ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 42 ହଜାର ରହିଛି । ମହାରାଷ୍ଟ୍ର ଏବଂ ତାମିଲନାଡୁ ପଛକୁ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି । (ଏଜେନ୍ସି)

Related posts