
ନୂଆଦିଲ୍ଲୀ : ଗୁଜରାଟରେ ବିଜେପି ସରକାରକୁ ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । ସୋସିଆଲ ମିଡିଆ ଟ୍ବିଟ୍ଟର ଜରିଆରେ ଗୁଜରାଟ ବିଜେପିକୁ ଆକ୍ରମଣ କରିଛନ୍ତି ରାହୁଲ । ଦେଶରେ ଗୁଜରାଟ ମଡେଲକୁ ଉପସ୍ଥାପନ କରୁଥିବା ଲୋକ ରୋଗ ନିୟନ୍ତ୍ରଣରେ ଏହି ମଡେଲର ବିଫଳତାକୁ ମଧ୍ୟ ନଜରରେ ରଖନ୍ତୁ ବୋଲି ରାହୁଲ ଟ୍ବିଟ୍ କରିଛନ୍ତି । ଗୁଜରାଟରେ କରୋନା ମୃତ୍ୟୁ ହାର 6.25 ପ୍ରତିଶତ ରହିଥିବା ବେଳେ, ମହାରାଷ୍ଟ୍ରରେ 3.73 ପ୍ରତିଶତ, ରାଜସ୍ଥାନରେ 2.32, ପଞ୍ଜାବ 2.17, ପୁଡୁଚେରୀରେ 1.98, ଝାରଖଣ୍ଡରେ 0.5 ଏବଂ ଛତିଶଗଡରେ 0.35 ପ୍ରତିଶତ ରହିଛି । ଏହି ସମସ୍ତ ରାଜ୍ୟ ମାନଙ୍କ ସମ୍ମୁଖରେ ଗୁଜରାଟ ମଡେଲର ମୁଖା ଖୋଲି ଯାଇଛି ବୋଲି ରାହୁଲ ଟ୍ବିଟ୍ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗୁଜରାଟରେ ସମୁଦାୟ 24,055 ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 1505ରେ ପହଞ୍ଚିଛି । (ଏଜେନ୍ସି)