Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱାବ୍ ଟେଷ୍ଟ୍ ନକରି ଛାଡିଦେଲେ : ପାଇଖାନା ଘରେ ବିତୁଛି ଯୁବକଙ୍କ ହୋମ୍ କ୍ୱାରେଣ୍ଟିନ୍
ଆଜିର ଖବର

ସ୍ୱାବ୍ ଟେଷ୍ଟ୍ ନକରି ଛାଡିଦେଲେ : ପାଇଖାନା ଘରେ ବିତୁଛି ଯୁବକଙ୍କ ହୋମ୍ କ୍ୱାରେଣ୍ଟିନ୍

June 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର : କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ତଥା ବ୍ଳକ ପ୍ରଶସାନ ପର୍ଯ୍ୟନ୍ତ ସମସ୍ତେ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି । ସେଥିପାଇଁ ପ୍ରବାସୀ ମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣି ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ରଖାଯାଉଛି । ପରବର୍ତୀ ସମୟରେ ସେମାନଙ୍କର ସ୍ୱାବ ପରୀକ୍ଷା କରାଯାଇ ନେଗେଟିଭ ରିପୋର୍ଟ ଆସିଲେ ହୋମ କ୍ୱାରେଣ୍ଟିନରେ ରଖିବା ସହିତ ପ୍ରତିଦିନ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାର ନିୟମ ରହିଛି । ହୋମ କ୍ୱାରେଣ୍ଟିନରେ ରହିବା ସମୟରେ ପରିବାରରୁ ଅଲଗା ରହିବା ସହିତ ଗୋଟିଏ ଘରେ ରହିବାର ନିୟମ ରହିଛି । କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ଜଣେ ପ୍ରବାସୀ ନିଜ ରାଜ୍ୟକୁ ଫେରି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା ପରେ ତାଙ୍କର ହୋମ କ୍ୱାରେଣ୍ଟିନ ପାଇଖାନାରେ ବିତୁଥିବା ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ ନାଉଗାଁ ବ୍ଲକ ଜାମୁଗାଁ ପଂଚାୟତର ମାନସ ପାତ୍ର ତାମିଲନାଡୁରେ ରହୁଥିଲେ । ଗତ ୨୩ ମଇ ୨୦୨୦ରେ ସେ ଓଡିଶା ଆସିଥିଲେ । ନାମ ପଂଜିକରଣ କରିଥିବାରୁ ତାଙ୍କୁ ନୂଆଗାଁ ପଂଚାୟତ କମଳଲୋଚନ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ବିତିବା ପରେ ତାଙ୍କୁ ଡିସଚାର୍ଜ ରିପୋର୍ଟ ପ୍ରଦାନ କରାଯାଇଥିଲା । ଡିସଚାର୍ଜ ରିପୋର୍ଟ ସହିତ ୬ ଜୁନ ୨୦୨୦ ରୁ ୧୯ ଜୁନ ୨୦୨୦ ପର୍ଯ୍ୟନ୍ତ ହୋମ କ୍ୱାରେଣ୍ଟିନରେ ରହିବା ପାଇଁ ନିଦ୍ଦେର୍ଶ ଦିଆଯାଇଥିଲା । ସରକାରଙ୍କ ନିର୍ଦ୍ଦେଶକୁ ମାନି ମାନସ ହୋମ କ୍ୱାରେଣ୍ଟିନରେ ରହିଥିଲେ । କିନ୍ତୁ ଘରର ଅଭାବ ଯୋଗୁ ତାଙ୍କୁ ପାଇଖାନା ଘରେ ରହିବାକୁ ପଡୁଛି । ଏପରିକି ଜିଲ୍ଲାରେ ଅଧିକାଂଶ ପ୍ରବାସୀଙ୍କର କୌଣସି ଲକ୍ଷଣ ନଥାଇ ମଧ୍ୟ କରୋନା ପଜିଟିଭ୍ ବାହାରୁଥିବା ବେଳେ ମାନସଙ୍କର ସ୍ୱାବ ପରୀକ୍ଷା ନହେବା କାରଣକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଲଙ୍କାକୁ ୫-୦ରେ ପରାସ୍ତ କରିବା ପରେ ICC ପଏଣ୍ଟ ଟେବୁଲର ସ୍ଥିତି କ’ଣ, କେଉଁ ସ୍ଥାନରେ ଅଛି ଭାରତ?

December 31, 2025

ବିମଳାଗଡ଼ ଅମୃତ ଷ୍ଟେସନର ନବୀକରଣ: ଉନ୍ନତ ଭିତ୍ତିଭୂମି ସହିତ ମିଳିବ ଆଧୁନିକ ଯାତ୍ରୀ ସୁବିଧା

December 31, 2025

ନୂଆବର୍ଷ ପାଇଁ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

December 31, 2025

ବଣଭୋଜି ଋତୁରେ ହେଉଥିବା ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ମାର୍ଗଦର୍ଶିକା ଜାରି

December 31, 2025
Latest News

ଶ୍ରୀଲଙ୍କାକୁ ୫-୦ରେ ପରାସ୍ତ କରିବା ପରେ ICC ପଏଣ୍ଟ ଟେବୁଲର ସ୍ଥିତି କ’ଣ, କେଉଁ ସ୍ଥାନରେ ଅଛି ଭାରତ?

December 31, 2025

ବିମଳାଗଡ଼ ଅମୃତ ଷ୍ଟେସନର ନବୀକରଣ: ଉନ୍ନତ ଭିତ୍ତିଭୂମି ସହିତ ମିଳିବ ଆଧୁନିକ ଯାତ୍ରୀ ସୁବିଧା

December 31, 2025

ନୂଆବର୍ଷ ପାଇଁ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

December 31, 2025

ବଣଭୋଜି ଋତୁରେ ହେଉଥିବା ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ମାର୍ଗଦର୍ଶିକା ଜାରି

December 31, 2025

ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ: ୭୬.୬୧ ଲକ୍ଷ ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ନିଶା ସାମଗ୍ରୀ ଜବତ

December 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.