Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱାବ୍ ଟେଷ୍ଟ୍ ନକରି ଛାଡିଦେଲେ : ପାଇଖାନା ଘରେ ବିତୁଛି ଯୁବକଙ୍କ ହୋମ୍ କ୍ୱାରେଣ୍ଟିନ୍
ଆଜିର ଖବର

ସ୍ୱାବ୍ ଟେଷ୍ଟ୍ ନକରି ଛାଡିଦେଲେ : ପାଇଖାନା ଘରେ ବିତୁଛି ଯୁବକଙ୍କ ହୋମ୍ କ୍ୱାରେଣ୍ଟିନ୍

June 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର : କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ତଥା ବ୍ଳକ ପ୍ରଶସାନ ପର୍ଯ୍ୟନ୍ତ ସମସ୍ତେ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି । ସେଥିପାଇଁ ପ୍ରବାସୀ ମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣି ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ରଖାଯାଉଛି । ପରବର୍ତୀ ସମୟରେ ସେମାନଙ୍କର ସ୍ୱାବ ପରୀକ୍ଷା କରାଯାଇ ନେଗେଟିଭ ରିପୋର୍ଟ ଆସିଲେ ହୋମ କ୍ୱାରେଣ୍ଟିନରେ ରଖିବା ସହିତ ପ୍ରତିଦିନ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାର ନିୟମ ରହିଛି । ହୋମ କ୍ୱାରେଣ୍ଟିନରେ ରହିବା ସମୟରେ ପରିବାରରୁ ଅଲଗା ରହିବା ସହିତ ଗୋଟିଏ ଘରେ ରହିବାର ନିୟମ ରହିଛି । କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ଜଣେ ପ୍ରବାସୀ ନିଜ ରାଜ୍ୟକୁ ଫେରି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା ପରେ ତାଙ୍କର ହୋମ କ୍ୱାରେଣ୍ଟିନ ପାଇଖାନାରେ ବିତୁଥିବା ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ ନାଉଗାଁ ବ୍ଲକ ଜାମୁଗାଁ ପଂଚାୟତର ମାନସ ପାତ୍ର ତାମିଲନାଡୁରେ ରହୁଥିଲେ । ଗତ ୨୩ ମଇ ୨୦୨୦ରେ ସେ ଓଡିଶା ଆସିଥିଲେ । ନାମ ପଂଜିକରଣ କରିଥିବାରୁ ତାଙ୍କୁ ନୂଆଗାଁ ପଂଚାୟତ କମଳଲୋଚନ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ବିତିବା ପରେ ତାଙ୍କୁ ଡିସଚାର୍ଜ ରିପୋର୍ଟ ପ୍ରଦାନ କରାଯାଇଥିଲା । ଡିସଚାର୍ଜ ରିପୋର୍ଟ ସହିତ ୬ ଜୁନ ୨୦୨୦ ରୁ ୧୯ ଜୁନ ୨୦୨୦ ପର୍ଯ୍ୟନ୍ତ ହୋମ କ୍ୱାରେଣ୍ଟିନରେ ରହିବା ପାଇଁ ନିଦ୍ଦେର୍ଶ ଦିଆଯାଇଥିଲା । ସରକାରଙ୍କ ନିର୍ଦ୍ଦେଶକୁ ମାନି ମାନସ ହୋମ କ୍ୱାରେଣ୍ଟିନରେ ରହିଥିଲେ । କିନ୍ତୁ ଘରର ଅଭାବ ଯୋଗୁ ତାଙ୍କୁ ପାଇଖାନା ଘରେ ରହିବାକୁ ପଡୁଛି । ଏପରିକି ଜିଲ୍ଲାରେ ଅଧିକାଂଶ ପ୍ରବାସୀଙ୍କର କୌଣସି ଲକ୍ଷଣ ନଥାଇ ମଧ୍ୟ କରୋନା ପଜିଟିଭ୍ ବାହାରୁଥିବା ବେଳେ ମାନସଙ୍କର ସ୍ୱାବ ପରୀକ୍ଷା ନହେବା କାରଣକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ମାକ୍ସ ସ୍ମାର୍ଟ ସୁପର ସ୍ପେଶାଲିଟି ହସ୍ପିଟାଲର ନୂତନ ଭବନ ଉଦଘାଟନ କଲେ ଅମିତ ଶାହ

September 3, 2026

ସମନ୍ୱିତ ଓ ପ୍ରଭାବଶାଳୀ ସରକାରୀ ଯୋଗାଯୋଗ ପାଇଁ ଆଇଏମପିସିସି ବୈଠକରେ ଗୁରୁତ୍ୱ

September 3, 2026

ହିମାଳୟ ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଜିଏଲଓଏଫ୍‌ ଓ ହିମସ୍ଖଳନ ପ୍ରସ୍ତୁତି ସମୀକ୍ଷା

September 3, 2026

ଖୋର୍ଦ୍ଧା ଜିଲ୍ଲା ଶାଖା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଠିତ: ସଭାପତି ହେଲେ ବିଭୂକଲ୍ୟାଣ ସାମନ୍ତରାୟ

September 3, 2026
Latest News

ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଏସଏଚଜି ଓ ବ୍ୟକ୍ତିଗତ ଉଦ୍ୟୋଗ ଋଣ ସମୀକ୍ଷା

September 3, 2026

ମାକ୍ସ ସ୍ମାର୍ଟ ସୁପର ସ୍ପେଶାଲିଟି ହସ୍ପିଟାଲର ନୂତନ ଭବନ ଉଦଘାଟନ କଲେ ଅମିତ ଶାହ

September 3, 2026

ସମନ୍ୱିତ ଓ ପ୍ରଭାବଶାଳୀ ସରକାରୀ ଯୋଗାଯୋଗ ପାଇଁ ଆଇଏମପିସିସି ବୈଠକରେ ଗୁରୁତ୍ୱ

September 3, 2026

ରେଳ ସୁରକ୍ଷା, ବୈଷୟିକ ଏବଂ ରକ୍ଷଣାବେକ୍ଷଣ ତ୍ରୁଟିର ସଂଶୋଧନ ପାଇଁ ଅଶ୍ୱିନୀ ବୈଷ୍ଣବଙ୍କ ନିର୍ଦ୍ଦେଶ

September 3, 2026

ହିମାଳୟ ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଜିଏଲଓଏଫ୍‌ ଓ ହିମସ୍ଖଳନ ପ୍ରସ୍ତୁତି ସମୀକ୍ଷା

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.