ଭୁବନେଶ୍ବର : ରାଜ୍ୟରେ ଆଉ 120 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକାଳେ 108 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ 120 ଜଣ ସୁସ୍ଥ ହେବା ରାଜ୍ୟ ପାଇଁ ଭଲ ଖବର । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଯାଜପୁରରୁ ସର୍ବାଧିକ 19 ଜଣ ଆକ୍ରାନ୍ତ ରହିଥିବା ବେଳେ କଟକରୁ 15 ଜଣ, ମୟୁର ଭଞ୍ଜ ଓ ଖୋର୍ଦ୍ଧାରୁ 11 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆପଡାରୁ 9 ଜଣ, ସୁନ୍ଦରଗଡରୁ 7 ଜଣ, କନ୍ଧମାଳରୁ 6 ଜଣ, ବଲାଙ୍ଗୀର ଏବଂ ନୟାଗଡରୁ 5 ଜଣ ଲେଖାଏଁ, ବାଲେଶ୍ବର, ଢେଙ୍କାନାଳ, କେନ୍ଦ୍ରାପଡା ଓ ଝାରସୁଗୁଡାରୁ 4 ଜଣ ଲେଖାଏଁ, କେନ୍ଦୁଝର, ଗଞ୍ଜାମ ଓ ପୁରୀରୁ 3 ଜଣ ଲେଖାଏଁ, ଅନୁଗୁଳ, କଳାହାଣ୍ଡି ଓ କୋରାପୁଟରୁ 2 ଜଣ ଲେଖାଏଁ ଏବଂ ମାଲକାନଗିରିରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 2974ରେ ପହଞ୍ଚିଛି ।
Tags: