ଭୁବନେଶ୍ୱରରୁ 17 କରୋନା ଆକ୍ରାନ୍ତ ଚିହ୍ନଟ

Published: Jun 17, 2020, 6:22 pm IST

ଭୁବନେଶ୍ୱର : ଭୁବନେଶ୍ୱରରେ ପୁଣି 17 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 14 ଜଣ ହୋମ୍ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ 3 ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ କରି ଏହି ସୂଚନା ଦିଆଯାଇଛି । ଏୟାରପୋର୍ଟ ନିକଟ ଭୀମପୁର ଅଞ୍ଚଳରୁ ଜଣେ, ଡୁମଡୁମା ହାଉସିଂ ବୋର୍ଡ କଲୋନୀରୁ ଜଣେ ଯୁବକ, ନୂଆପଲ୍ଲୀ ଶବରସାହିରୁ ଜଣେ ଯୁବତୀ, ଜଣେ ବାଳକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନହରକଣ୍ଟା ପୁରୀ କେନାଲ ରୋଡରୁ ଅନ୍ୟ ଜଣେ ଯୁବକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି 7 ଜଣ ରେଳବାଇ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

Related posts