
ଭୁବନେଶ୍ବର : ଲଦାଖ ସୀମାରେ ଶହିଦ 2 ଓଡିଆ ଯବାନଙ୍କ ପରିବାର ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଯବାନଙ୍କ ପରିବାର ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫାଣ୍ଡିରୁ 25 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଭାରତ-ଚୀନ୍ ସୀମା ବିବାଦ କାରଣରୁ ସଂଘର୍ଷ ଘଟି 20 ଜଣ ଯବାନ ପ୍ରାଣ ହରାଇଥିବା ବେଳେ ଏହା ମଧ୍ୟରେ ଦୁଇ ଓଡିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ନନ୍ଦୁରାମ ସୋରେନ୍ ଶହିଦ ହୋଇଥିଲେ ।
Tags: martyr, naveenpattnaik