ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା : ଆଠ ଆତଙ୍କବାଦୀ ନିହତ

Published: Jun 19, 2020, 12:07 pm IST
Two militants killed in encounter with security forces in Anantnag

ଜମ୍ମୁ :  ଜମ୍ମୁ-କାଶ୍ମୀର ପାମ୍ଫୋର ଏବଂ ସୋଫିଆନରେ ଆଜି ସକାଳୁ ଭାରତୀୟ ସୁରକ୍ଷାବଳ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏଥିରେ 8 ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଅବନ୍ତିପୋରା ମୌଜାର ପମ୍ପୋରରେ ଭାରତୀୟ ସେନାରେ ସର୍ଚ୍ଚ ଅପରେସନ ଚାଲିଥିବା ନେଇ ଖବର ପାଇ ଭୟରେ ଆତଙ୍କବାଦୀମାନେ ଏକ ମସଜିଦରେ ଲୁଚିଯାଇଥିଲେ । ପ୍ରଥମେ ଆତଙ୍କବାଦୀ ମାନେ ଗୁଳି ଚାଳନା କରିଥିଲେ । ଏହାର କଡ଼ା ଜବାବ୍ ଦେଇଥିଲେ ଭାରତୀୟ ସୁରକ୍ଷା କର୍ମୀ । ଫଳରେ ଦୀର୍ଘ ସମୟ ଧରି ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା ଏବଂ ସେନାର ଗୁଳିମାଡରେ ସୋଫିଆନରେ 5 ଓ ପାମ୍ଫୋରରେ 3 ଆତଙ୍କବାଦୀ ନିହତ ହୋଇଥିବା ନେଇ ଜଣାପଡିଛି । ମୃତ ଆତଙ୍କବାଦୀମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ସହ ଏକେ-47 ଓ ଇନସାସ ରାଫଲ ଜବତ ହୋଇଛି । (ଏଜେନ୍ସି)

Related posts