Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀମନ୍ଦିର ଭିତରେ ହେବ ବିଧିରକ୍ଷା, ସନ୍ଧ୍ୟାରେ ନିଆଯିବ ନିଷ୍ପତ୍ତି
ଆଜିର ଖବର

ଶ୍ରୀମନ୍ଦିର ଭିତରେ ହେବ ବିଧିରକ୍ଷା, ସନ୍ଧ୍ୟାରେ ନିଆଯିବ ନିଷ୍ପତ୍ତି

June 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପୁରୀ : ଜଗନ୍ନାଥ ମହାପ୍ରଭୁଙ୍କ ଘୋଷଯାତ୍ରା ପାଳନ ହେବ ନାହିଁ ବୋଲି ଗତକାଲି ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିଶ୍ବପ୍ରସିଦ୍ଧ ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ନିଷ୍ପତ୍ତି ନେଇଛନ୍ତି। ଏହା ପରେ ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏନେଇ ଆଲୋଚନା କରାଯାଇଥିଲା । ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପୂର୍ଣ୍ଣମାତ୍ରାରେ ପାଳନ କରାଯିବ ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି। ବାହାରେ ରଥଯାତ୍ରା ହୋଇପାରିବନି ବୋଲି କୋର୍ଟ ଆଦେଶ ଦେବା ପରେ ଆଜି ପରିଚାଳନା କମିଟିରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ସେହି ହେତୁ ଏବର୍ଷ ଗୁଣ୍ଡିଚା, ବାହୁଡା, ସୁନାବେଶ, ଅଧରପଣା, ନୀଳାଦ୍ରିବିଜେ ମଧ୍ୟ ମଧ୍ୟ ସମ୍ଭବ ନୁହେଁ ବୋଲି ସୂଚନା ଦେଇଛନ୍ତି ଗଜପତି । କରୋନା ପାଇଁ ଅତ୍ୟନ୍ତ ଦୁଃଖର ସହ ଏ ନିଷ୍ପତ୍ତି ନିଆଯାଇଛି । ତେବେ ମନ୍ଦିର ଭିତରେ ପରମ୍ପରା, ଶାସ୍ତ୍ର ସମ୍ମତ ବ୍ୟବସ୍ଥା ସ୍ଥିର କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ପ୍ରତିନିଧିଙ୍କ ବୈଠକ ବସି ସମସ୍ତଙ୍କସହ ଏନେଇ ଆଲୋଚନା କରାଯିବ। ଶ୍ରୀମନ୍ଦିର ଭିତରେ ବିଧି କିପରି ରକ୍ଷା ହେବ ସେନେଇ ସନ୍ଧ୍ୟାରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି । ଆଜି ସନ୍ଧ୍ୟାରେ ଏନେଇ ନିଷ୍ପତ୍ତି ନିଆଯିବା ପରେ କାଲି ସକାଳେ ଶଙ୍କରାଚାର୍ଯ୍ୟଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି ଗଜପତି । ରେକର୍ଡ ଅଫ୍‌ ରାଇଟ୍ସ ଛାଡି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ଜରୁରୀ ହୋଇଛି ବୋଲି ଗଜପତି କହିଛନ୍ତି। ସବୁ ମହାପ୍ରଭୁଙ୍କ ଲୀଳା, ମହାପ୍ରଭୁ ନୂତନ ଇତିହାସ ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି ଗଜପତି ମହାରାଜା।

ଅପରପକ୍ଷରେ ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ  ସରସ୍ବତୀ ପ୍ରତିକ୍ରିୟା ରଖିଛନ୍ତି । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସ୍ବାଗତ ଜଣାଇଛନ୍ତି । ତେବେ ରଥାରୂଢା ଜଗନ୍ନାଥଙ୍କୁ ଭକ୍ତମାନେ କିପରି ଦର୍ଶନ କରିପାରିବେ ସେନେଇ ଦୂରଦର୍ଶିତାପୂର୍ଣ୍ଣ ପୁନର୍ବିଚାରକୁ ଅପେକ୍ଷା କରିଛନ୍ତି ଶଙ୍କରାଚାର୍ଯ୍ୟ। ସେହିପରି ଗତକାଲି ରାଜ୍ୟ କ୍ୟାବିନେଟ୍‌ ବୈଠକରେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ରଥଯାତ୍ରା ବନ୍ଦ କରିବା ସହ ରଥ ନୀତି ମନ୍ଦିର ପରିସରରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇ ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ରଥଯାତ୍ରା ଶ୍ରୀମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରୁ ଫେରିଲେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକ

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସରେ କର୍ତ୍ତବ୍ୟ ପଥ ଠାରେ ଆୟୋଜିତ ହେବ ‘ଶକ୍ତି ପଦଯାତ୍ରା’

March 8, 2026

କୋଟା ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

March 8, 2026

ଆଜି ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି

March 8, 2026
Latest News

ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା

March 8, 2026

ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରୁ ଫେରିଲେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକ

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସରେ କର୍ତ୍ତବ୍ୟ ପଥ ଠାରେ ଆୟୋଜିତ ହେବ ‘ଶକ୍ତି ପଦଯାତ୍ରା’

March 8, 2026

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026

କୋଟା ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.