ଡୁମୁଡୁମାର ସୁବାସ ନଗର ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା ବିଏମ୍‌ସି

Published: Jun 20, 2020, 1:41 pm IST

ଭୁବନେଶ୍ବର : ଭୁବନେଶ୍ବରର ଡୁମୁଡୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଏରିଆ ଘୋଷଣା କରିଛି ବିଏମ୍‌ସି କିଶନଗର । ସୁବାସ ନଗର ବସ୍ତି ଅଞ୍‌ଚଳରୁ ଏକାଧିକ ପଜିଟିଭ୍‌ ମିଳିବା ପରେ ବିଏମ୍‌ସି ଡୁମଡୁମାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି । ଏହି ଆକ୍ରାନ୍ତଙ୍କର କୌଣସି ଟ୍ରାଭେଲ୍‌ ହିଷ୍ଟ୍ରି ନଥିବାରୁ ଏହା ଚିନ୍ତା ବଢାଇଛି । ଡୁମୁଡୁମା ହନୁମାନ ମନ୍ଦିରଠାରୁ  ପ୍ଲଟନମ୍ବର 323 ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ପ୍ଲଟ ନମ୍ବର 323ରୁ ପ୍ଲଟ ନମ୍ବର 261 ଓ 258 ଯାଏ କଣ୍ଟେନେମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସମ୍ପୃକ୍ତ ଅଞ୍ଚଳରେ କଣ୍ଟେନମେଣ୍ଟ ଜାରି ପାଇଁ ସମସ୍ତ କଟକଣା ଲାଗୁ ହେବ । ଏହି ଅଞ୍ଚଳରେ ରହିଥିବା ସମସ୍ତ ଅଫିସ୍‌ ବନ୍ଦ ରହିବ  ବୋଲି ସୂଚନା ରହିଛି । ସେହିପରି ଏହି ଅଞ୍ଚଳରେ ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୁବାସ ନଗର ବସ୍ତି ଅଞ୍ଚଳରୁ 6 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କର କୌଣସି ଟ୍ରାଭେଲ୍‌ ହିଷ୍ଟ୍ରି ନଥିବାର ସୂଚନା ରହିଛି । ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯାଉଛି । ସମ୍ପୃକ୍ତ ଅଞ୍ଚଳକୁ 7 ଦିନ ପର୍ଯ୍ୟନ୍ତ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର  ପ୍ରେମ କୁମାର ଚୌଧୁରୀ ।

Related posts