Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁର ଜିଲ୍ଲାରେ କିରୋସିନି କଳାବଜାରୀ: ୧୬୦୦ ଲିଟର କିରୋସିନି ସହ ଗାଡିକୁ ଜବତ କଲେ ଗ୍ରାମବାସୀ
ଆଜିର ଖବର

ଜଗତସିଂହପୁର ଜିଲ୍ଲାରେ କିରୋସିନି କଳାବଜାରୀ: ୧୬୦୦ ଲିଟର କିରୋସିନି ସହ ଗାଡିକୁ ଜବତ କଲେ ଗ୍ରାମବାସୀ

June 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପିଡିଏସ୍ କିରୋସିନିର ଚୋରା କାରବାର ବହୁଳ ମାତ୍ରାରେ ଚାଲୁଥିବା ଅଭିଯୋଗ ହେଉଛି। ଏମିତିକି ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ଠାରୁ ଆରମ୍ଭ କରି ବାଲିକୁଦା ପର୍ଯ୍ୟନ୍ତ ଥିବା ଅନେକ ଚିଙ୍ଗୁଡ଼ି ଘେରିକୁ ବେଧଡକ ଭାବେ ଚୋରା କିରୋସିନି ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା। ଏସବୁ ଘଟଣା ଜିଲ୍ଲା ଯୋଗାଣ ବିଭାଗ ଅଜାଣତରେ ହେଉଥିଲା ନା କିଛି ଅସାଧୁ କର୍ମଚାରୀଙ୍କ ଇଶାରାରେ ହେଉଥିଲା ଏନେଇ ସାଧାରଣରେ ପଶ୍ନବାଚୀ ସୃଷ୍ଟି ହୋଇଛି।

ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ସ୍ଥିତ ତେନ୍ତୁଳି ବେଲାରୀ ନଗର ପଡା ଗାଁ ନିକଟରୁ ଏକ ଟାଟା ମ୍ୟାଜିଗରେ ଚୋରା ଚାଲାଣ ହେଉଥିବା ୧୬୦୦ ଲିଟର କିରାସିନି ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ଜବତ କରାଯାଇଛି। ସଦେଇପୁର ଅଞ୍ଚଳରୁ ତେନ୍ତୁଳି ବେଲାରୀ ଦେଇ ନିୟମିତ ଭାବରେ ବିଭିନ୍ନ ଚିଙ୍ଗୁଡ଼ି ଘେରିକୁ କିରାସିନି ଚୋରା ଚାଲାଣ ହେଉଥିବା ବେଳେ ଏ ବାବଦରେ ସ୍ଥାନୀୟ ଗ୍ରାମବାସୀ ମାନେ ଯୋଗାଣ ବିଭାଗକୁ ଅନେକଥର ଖବର ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଯୋଗାଣ ବିଭାଗ ଏ ବାବଦରେ କୌଣସି ପଦକ୍ଷପ ନେଇନଥିଲା ବୋଲି ଅଭିଯୋଗ ହୋଇଛି। ଶେଷରେ ଗ୍ରାମବାସୀ ମାନେ ଚୋରା ଚାଲାଣ ହେଉଥିବା କିରାସିନିକୁ ଧରିବା ପାଇଁ ଉଦ୍ୟମ କରିଥିଲେ। ଆଜି ଭୋର ସମୟରେ ଏକ ଟାଟା ମ୍ୟାଜିଗରେ ୮ ଟି ଜାରରେ ୧୬୦୦ ଲିଟର କିରାସିନି ଘେରିକୁ ଚାଲାଣ ହେଉଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଶାରେ ଗ୍ରାମବାସୀମାନେ ଗାଡିକୁ ଅଟକାଇ ତେଲ ଜବତ କରିବା ସହ ସ୍ଥାନୀୟ ଅନନ୍ତପୁର ଫାଣ୍ଡି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ସହ କିରାସିନି ଜବତ କରି ତଦନ୍ତ ଚଳାଇଛି ।ଚାଳକ ଫେରାର ହୋଇ ଯାଇଛି।

ଜଗତସିଂହପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026
Latest News

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.