ଦିଲ୍ଲୀଠାରେ କରୋନା ଯୋଗୁଁ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ

Published: Jun 21, 2020, 9:22 am IST

ନୂଆଦିଲ୍ଲୀ : କରୋନା ସ୍ଥିତି ଭାରତରେ ଜଟିଳ ହେବାକୁ ଲାଗିଥିବାବେଳେ କରୋନା ଯୋଦ୍ଧାଙ୍କ ଜୀବନ ନେବାରେ ଲାଗିଛି ଏହି ମହାମାରୀ । ଦିଲ୍ଲୀ ଏନ୍‌ଏଚ୍‌ଏସ୍‌ଆର୍‌ସିରେ କାର୍ଯ୍ୟରତ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁହୋଇଥିବାର ସୂଚନା ମିଳିଛି । ମୃତ ଡାକ୍ତର ଜଣକ ହେଉଛନ୍ତି ଅଶ୍ବିନୀ କୁମାର ପ୍ରତାପ । ମାତ୍ର 39 ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ନିଜ ଘରବାଙ୍କୀ ଅଞ୍ଚଳରେ ବୋଲି ଜଣାପଡିଛି । ତେବେ ତାଙ୍କ ସ୍ତ୍ରୀ ଓ ପିଲା ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି ।  ଗତକାଲି ସକାଳ 11ଟା ସମୟରେ ଏହି ଓଡ଼ିଆ ଡାକ୍ତରଙ୍କ ଦିଲ୍ଲୀଠାରେ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଦିଲ୍ଲୀରେ ଏବେ କରୋନା ସ୍ଥିତି ବେଶ୍‌ ସଂକଟାପନ୍ନ ରହିଛି । ଦିଲ୍ଲୀରେ ଏପର୍ଯ୍ୟନ୍ତ  କରୋନା ଯୋଗୁଁ ଦୁଇହଜାରରୁ ଉର୍ଦ୍ଧ୍ବ ଲୋକଙ୍କ   ଜୀବନ ଯାଇଛି । (ଏଜେନ୍ସି)

Related posts