ଆଜି ଭୁବନେଶ୍ବରରୁ ଜଣେ ପଜିଟିଭ୍‌ ଚିହ୍ନଟ

Published: Jun 21, 2020, 1:57 pm IST

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଏକ ଲୋକାଲ୍‌ କେସ୍‌ ବୋଲି ଟୁଇଟ୍‌ କରି  ସୂଚନା ଦେଇଛି ବିଏମ୍‌ସି। ଚନ୍ଦ୍ରଶେଖପରୁରର ନୀଳାଦ୍ରିବିହାରରୁ ଆକ୍ରାନ୍ତ ଜଣକ ଚିହ୍ନଟ ହୋଇଥିବାବେଳେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ସୂଚନା ରହିଛି ।

ଆଜି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବର ସହରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 185କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥଙ୍କ ସଂଖ୍ୟା 93ରେ ପହଞ୍ଚିଛି । ସେହିପରି 03 ଜଣଙ୍କର ମୃତ୍ୟୁହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 88 ରହିଛି ।

Image

ସେହିପରି ଆଜି ଭୁବନେଶ୍ବରରୁ 7 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ରୋଗୀମାନେ ହେଉଛନ୍ତି ପାତ୍ରପଡା କ୍ରିଷ୍ଣନ ବିହାରର 4 ବର୍ଷୀୟ ବାଳକ । ସେହିପରି ନ୍ୟୁ ଫରେଷ୍ଟ ପାର୍କରେ ଜଣଷ 29 ବର୍ଷୀୟ ଯୁବକ । ପାଞ୍ଚ ନମ୍ବରର 47 ବର୍ଷୀୟ ପୁରୁଷ । ସେହିପରି ଡୁମଡୁମା ସୁବାସ ନଗର ବସ୍ତିରୁ ଜଣେ 29 ବର୍ଷୀୟ ଯୁବକ ସୁସ୍ଥ ହୋଇଛନ୍ତି । ପାତ୍ରପଡାରୁ ଦୁଇ ଜଣ ସୁସ୍ଥ ହୋଇଥିବାବେଳେ ଜଣେ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ସେହିପରି ସେଣ୍ଟ୍ରାଲ୍‌ ହସ୍ପିଟାଲର ଜଣେ 25 ବର୍ଷୀୟା ଛାତ୍ରୀ ସୁସ୍ଥ ହୋଇଛନ୍ତି ।

Related posts