ସରକାରୀ ବାଳିକା ସୁରକ୍ଷା ଗୃହରେ 7 ନାବାଳିକା ଗର୍ଭବତୀ : ଯୋଗୀ ସରକାରଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

Published: Jun 22, 2020, 2:15 pm IST

କାନପୁର : ଉତ୍ତରପ୍ରଦେଶ କାନପୁର ଜିଲ୍ଲାରେ ରାଜ୍ୟ ସରକାରୀ ବାଳିକା ସୁରକ୍ଷା ଗୃହରେ ରହୁଥିବା 57 ନାବାଳିକାଙ୍କ ମଧ୍ୟରୁ 7ଜଣ ଗର୍ଭବତୀ ହୋଇଥିବାର ସୂଚନା ରହିଛି । ଏହି ସାତ ଜଣଙ୍କ ମଧ୍ୟରୁ ଜଣେ ଏଚଆଇଭି ଗ୍ରସ୍ତ ହୋଇଥିବାର ସୂଚନା ରହିଛି। ଏହି ଖବର ଆସିବା ପରେ ସ୍ଥାନୀୟ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଛି। ଏତଦ୍‌ବ୍ୟତୀତ ଏଠାରେ ରହିଥିବା 57 ଜଣ ନାବାଳିକାମାନେ କରୋନା ସଂକ୍ରମିତ ହୋଇଥିବାର ମଧ୍ୟ ସୂଚନା ରହିଛି । ତେବେ ଏନେଇ କାନପୁର  ଜିଲ୍ଲାଧିକାରୀ ବ୍ରହ୍ମାଦେବ ରାମ ତିଓ୍ବାରୀ କହିଛନ୍ତି ଯେ, ଏହି ବାଳିକାମାନେ ଏହି ସୁରକ୍ଷା ଗୃହକୁ ଆସିବା ପୂର୍ବରୁ ଗର୍ଭବତୀ ଥିଲେ । ସଂକ୍ରମିତ ହୋଇଥିବା ପାଞ୍ଚଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ଲାଲା ଲାଜପତ ରାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ ତିନି ଜଣ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଘଟଣାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଯୋଗୀ ସରକାରଙ୍କୁ ସମାଲୋଚନା କରିଛନ୍ତି । (ଏଜେନ୍ସି)

Related posts