ଆରମ୍ଭ ହେଲା ରଥଟଣା :  ଗଡି ଚାଲିଛି ଶ୍ରୀବଳଦେବଙ୍କ ତାଳଧ୍ବଜ ରଥ

Published: Jun 23, 2020, 12:32 pm IST

ପୁରୀ : ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଏବେ ବିନା ଭକ୍ତରେ ଘୋଷଯାତ୍ରା ଆରମ୍ଭ ହୋଇଛି । ପରମ୍ପରା ଅନୁସାରେ ଚାଲିଛି ମହାପ୍ରଭୁଙ୍କ ଘୋଷଯାତ୍ରା ନୀତି । ତିନି ଠାକୁରଙ୍କ ପହଣ୍ଡିବିଜେ ନୀତି  ସରିବା ପରେ ଗଜପତି ମହାରାଜାଙ୍କ ଦ୍ବାରା ଛେରା ପହଁରା ମଧ୍ୟ ସରିଛି । ଏହାପରେ ପ୍ରଥମେ ବଳଦେବ ମହାପ୍ରଭୁଙ୍କ ରଥ ତାଳଧ୍ବଜକୁ ସେବାୟତମାନେ ଟାଣି ନେଇଛନ୍ତି । ଦିନ 12ଟା ସମୟରେ ରଥ ଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍‌ଟ ହୋଇଥିଲା । ଗୁଣ୍ଡିଚା ଘର ଅଭିମୁଖେ ଯାତ୍ରା କରୁଛନ୍ତି ତିନି ଠାକୁର  । ଆଜିଠାରୁ ଶ୍ରୀଜୀଉଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ ହୋଇଛି ।

ତାଳଧ୍ବଜ ରଥ ସମ୍ପର୍କରେ ସଂକ୍ଷିପ୍ତ ସୂଚନା :

ଶ୍ରୀବଳଭ୍ରଦଙ୍କ ରଥର ନାମ ହେଉଛି ତାଳଧ୍ବଜ । ଏହାର ଉଚ୍ଚତା ହେଉଛି 32 ହାତ 10 ଆଙ୍ଗୁଳି । 763 କାଷ୍ଠରେ ଏହି ରଥ ନିର୍ମିତ ହୋଇଥିବାବେଳେ ଏହାର ଚକ ହେଉଛି 12ଟି । ରଥର ରକ୍ଷକ ହେଉଛନ୍ତି ବାସୁଦେବ ।  ଏହି ରଥର ସାରଥୀଙ୍କ ନାମ ହେଉଛି ମାତଳି । ସେହିପରି ବଳଭଦ୍ର ରଥ ତାଳଧ୍ବଜର ନେତର ନାମ ହେଉଛି ଉନ୍ନନି ।

Related posts