
ବାଲେଶ୍ବର : ନୀଳଗିରି ଉପକାରାଗାରରେ ଥିବା ଜଣେ ବିଚାରାଧୀନ ବନ୍ଦୀଙ୍କର ମୃତ୍ୟୁ ହୋଇଛି। ତାଙ୍କର ନାମ ରାଜୁ ସିଂହ ବୋଲି ଜଣାଯାଇଛି । ତାଙ୍କର ଘର ବାଲେଶ୍ବର ଜିଲ୍ଲାର ନୀଳଗିରି ଥାନା ପ୍ରତାପପୁର ଗ୍ରାମରେ ବୋଲି ସୂଚନା ରହିଛି । ସେ ଏକ ଚୋରି ମାମଲାରେ ଧରାପଡି ନୀଳଗିରି ଜେଲ୍ରେ ରହିଥିଲେ । ଗତ କୋଡିଏ ତାରିଖରେ ଅସୁସ୍ଥ ହେବାରୁ ତାଙ୍କୁ ବାଲେଶ୍ବର ମେଡ଼ିକାଲ ନିଆଯାଇଥିଲା। ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।