ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେଲା କାଳିଆ ଯୋଜନା

Published: Mar 11, 2019, 6:41 pm IST
KALIA Scheme To Continue Till March 31’

ନିର୍ବାଚନ ଆଚରଣବିଧି ଲାଗୁ ସତ୍ତ୍ୱେ ବନ୍ଦ ହେବ ନାହିଁ କାଳିଆ ଯୋଜନା। ଏ ନେଇ ରାଜ୍ୟ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା  । ଏହା ଏକ ନିରନ୍ତର ଯୋଜନା। ୬୦ ଦିନ ଭିତରେ ଏତେ ଚାଷୀଙ୍କୁ ଟଙ୍କା ଦେବା କିଛି କମ୍‌ କଥା ନୁହେଁ। ଯଦି ଏଥିରୁ  କେହି ବଞ୍ଚିତ ହୋଇଛନ୍ତି ବା କାହା ନାମ ଏକାଧିକ ଥର ଆସିଛି, ତେବେ ସରକାର ସେଥିପାଇଁ ପଦକ୍ଷେପ ନେଉଛନ୍ତି। କୌଣସି ଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରୁ ବଞ୍ଚିତ ହେବେ ନାହିଁ। ତେଣୁ ଏହାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଯାଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। କାଳିଆ ଯୋଜନାରେ ବୈଷୟିକ ତ୍ରୁଟି ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହୋଇଥିବା ନଜରକୁ ଆସିଛି। ନିରନ୍ତର ପ୍ରକ୍ରିୟା ହୋଇଥିବାରୁ ତ୍ରୁଟିବିଚ୍ୟୁତି ସୁଧାରି ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ଯିବ। ମାର୍ଚ୍ଚ ୩୧ ସୁଦ୍ଧା ଏହି ବ୍ୟବସ୍ଥାକୁ ସଂପ୍ରସାରଣ କରାଯାଇଛି । ରାଜ୍ୟ ସରକାର ପିଏମ କିଷାନ ପାଇଁ ପଠାଇଥିବା ତାଲିକାରୁ ୩ ଲକ୍ଷ ହିତାଧିକାରୀଙ୍କୁ ବାଦ୍‌ ଦେଇଥିବାରୁ କେନ୍ଦ୍ର ସରକାରଙ୍କୁ ଏହାର ଜବାବ୍‌ ମାଗିଛନ୍ତି ଅର୍ଥମନ୍ତ୍ରୀ ।

 

Related posts