Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟିକ୍‌ଟକ୍‌ ପାଇଁ ଜୀବନ ଗଲା : ଦେବୀ ନଦୀରେ ବୁଡି ଛାତ୍ରୀ ମୃତ
ଆଜିର ଖବର

ଟିକ୍‌ଟକ୍‌ ପାଇଁ ଜୀବନ ଗଲା : ଦେବୀ ନଦୀରେ ବୁଡି ଛାତ୍ରୀ ମୃତ

June 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଛି ଯୁଦ୍ଧ ଭଳି ପରିସ୍ଥିତି ଦେଶପାଇଁ ସହିଦ ହୋଇଛନ୍ତି ଭାରତର ବୀର ଯବାନ୍। ଏଭଳି ପରିସ୍ଥିତିରେ ଦେଶବାସୀ ଚାଇନା ଜିନିଷକୁ ବର୍ଜନ କରିବା ସହ ଚାଇନା ମୋବାଇଲ୍ ଆପ୍ ଟିକ୍ ଟକ୍ ବ୍ୟବହାର ନକରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଅନେକ ଦାବୀ ହେଉଥିଲେ ମଧ୍ୟ ଯୁବପିଢି କିନ୍ତୁ ଚେତୁନାହାଁନ୍ତି ।

ସୂଚନାନୁଯାୟୀ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ମାଛଗାଁ ପଞ୍ଚାୟତ ମଙ୍ଗପୁର ଗାଁରେ । ଟିକ୍ ଟକ୍ କରୁଥିବା ବେଳେ ଦେବୀ ନଦୀରେ ବୁଡିଗଲେ ୩ ଛାତ୍ରୀ ଓ ଜଣେ ଛାତ୍ର ।ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ଓ ଅନ୍ୟ ୨ଜଣ ଛାତ୍ରୀ ଓ ଛାତ୍ର ଗୁରୁତର ରହିଥିବା ଜଣାପଡ଼ିଛି ।

ମୃତ ଛାତ୍ରୀ ଜଣକ ହେଲେ ଜଗତସିଂହପୁର ଥାନା ରାଇବରେଇ ଅଂଚଳର ପୂଜାରାଣୀ ନାୟକ ।ସମସ୍ତଙ୍କୁ ଗୁରୁତର ଅଵସ୍ଥାରେ ପ୍ରଥମେ ବାଲିକୁଦା ମେଡିକାଲ ଅଣାଯିବା ପରେ ସେଠାରେ ପୂଜାରାଣୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।ଅନ୍ୟ ତିନି ଜଣଙ୍କ ମଧ୍ୟରୁ କଣ୍ଢେଇ ନାମକ ଜଣେ ଛାତ୍ରୀ ଭଲ ଥିବା ବେଳେ ଅନ୍ୟ ଛାତ୍ରୀ ଅନୁରାଧା ପରିଡା ଓ ତାଙ୍କ ଭାଇ ଅମରେଶ ପରିଡାଙ୍କୁ ଗୁରୁତର ଅବସ୍ଥାରେ ବାଲିକୁଦା ଓ ପରେ ଜଗତସିଂହପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।ପରେ ଅମରେଶ ଓ ଅନୁରାଧାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ଛାତ୍ର ଛାତ୍ରୀମାନେ ଦେଓପଡା ସ୍ଥିତ ଅନୁରାଧାଙ୍କ ଘରକୁ ସମସ୍ତେ ଯାଇଥିଲେ ।ସେଠାରୁ ସେମାନେ ମଙ୍ଗପୁର ନିକଟ ଦେବୀ ନଦୀ ପଠାକୁ ଶୌଚ ପାଇଁ ଯାଇଥିବା ବେଳେ ଜଣକର ଚପଲ ଖସି ଯିବାରୁ ତାଙ୍କୁ ଉଧାରକରିବା ପାଇଁ ଜଣକ ପରେ ଜଣେ ଭାସି ଯାଇଥିଲେ ବୋଲି କୁହାଯାଉଥିବା ବେଳେ ଅନ୍ୟପକ୍ଷରେ ସେମାନେ ଟିକ୍ ଟକ୍ କରୁଥିବା ବେଳେ ଗୋଡ଼ ଖସି ଯାଇଥିଲା ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ସେମାନେ କିପରି ନଈରେ ବୁଡିଗଲେ ପ୍ରକୃତ ରହସ୍ୟ ଜଣାପଡିନାହିଁ l ସ୍ଥାନୀୟ ଲୋକଜଣେ ଦେଖି ସେମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ଘରକୁ ଖବର ଦେଇଥିଲେ ବୋଲି କୁହାଯାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026

ବଢୁଥିବା ନିଖୋଜ ବ୍ୟକ୍ତି ଘଟଣା ଉପରେ ଏନଏଚଆରସିର ଉଦବେଗ: ଓଡ଼ିଶା ସମେତ ୫ ରାଜ୍ୟକୁ ନୋଟିସ

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.