ପୁରୀ ସେବାୟତଙ୍କର ହେବ ଡବଲ ଟେଷ୍ଟ

Published: Jun 24, 2020, 3:33 pm IST

ପୁରୀ : ପୁରୀ ସେବାୟତଙ୍କର ଦୁଇଥର କୋଭିଡ୍‌ ଟେଷ୍ଟ ହେବ । ପୁରୀ ସର୍କିଟ ହାଉସରେ ଚାଲିଥିବା ବୈଠକରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।  ଏହି ବୈଠକରେ ସେବାୟତଙ୍କର କରୋନା ଟେଷ୍ଟ ଉପରେ ଆଲୋଚନା ଚାଲିଥିଲା ।  ଅଢେଇ ହଜାର ସେବାୟତଙ୍କର ଦ୍ବିତୀୟ ଥର ପାଇଁ କୋଭିଡ ଟେଷ୍ଟ କରାଯିବ ବୋଲି ସୂଚନା ରହିଛି।  28 ତାରିଖ ରଥ ଦକ୍ଷିଣ ମୋଡ଼ ନେବା ପୂର୍ବରୁ ଟେଷ୍ଟିଂ ପ୍ରକ୍ରିୟା ସରିବ । ରଥଯାତ୍ରରେ ସାମିଲ ହୋଇଥିବା 5ହଜାର ବ୍ୟକ୍ତିଙ୍କର କୋଭିଡ ଟେଷ୍ଟ କରାଯିବ ।  ସେବାୟତଙ୍କ ବ୍ୟତୀତ ପୋଲିସ୍‌ କର୍ମଚାରୀ, ସଫେଇ କର୍ମଚାରୀଙ୍କ ମଧ୍ୟ କୋଭିଡ୍‌ ଟେଷ୍ଟ ହେବ । ଯେଉଁମାନଙ୍କର ନେଗେଟିଭ ଆସିବ ସେମାନେ ହିଁ ବାହୁଡା ଯାତ୍ରାରେ ସାମିଲ ହୋଇପାରିବେ ବୋଲି ଏହି ବୈଠକର ସୂଚନା ଦିଆଯାଇଛି ।  ଆଜି ଏହି ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର ଉପସ୍ଥିତ ରହି ଏ ସମ୍ପର୍କରେ ସୂଚନା ଦେଇଥିଲେ । ଗତକାଲି ଜଣେ ସେବାୟତଙ୍କର କରୋନା ପଜିଟିଭ୍‌ ଜଣାପଡିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ସମ୍ପୂର୍ଣ୍ଣ ପୁରୀ ସହରକୁ ସାନିଟାଇଜ୍‌ କରାଯିବ ବୋଲି ସୂଚନା ରହିଛି ।

Related posts