ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରୁଛନ୍ତି ମହାପ୍ରଭୁ

Published: Jun 24, 2020, 6:02 pm IST

ପୁରୀ :  ଆଡପ ମଣ୍ଡପକୁ ବିଜେ କରୁଛନ୍ତି ତିନିଠାକୁର । ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ । ଗତକାଲି ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିବା ପରେ ରଥ ଉପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କରାଯାଇଥିଲା । ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥିଲା । ଏହାପରେ ଚକ୍ରରାଜ ସୁଦର୍ଶନ ଗୋଟି ପହଣ୍ଡି ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନ 5ଟା 15 ସୁଦ୍ଧା ଗୁଣ୍ଡିଚା ମନ୍ଦିର ନିକଟରେ ତିନି ରଥ ପହଞ୍ଚିଥିଲେ । ପ୍ରଥମଥର ପାଇଁ ବିନା ଭକ୍ତରେ ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଆୟୋଜିତ ହୋଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସକ ବେଶ୍‌ ଦାୟିତ୍ବର ସହ ଏହି ଯାତ୍ରାକୁ ଆୟୋଜିତ କରିଛନ୍ତି ।

ପୁରୀ ରଥଯାତ୍ରା ପାଇଁ ପୁରୀକୁ ସଟ୍‌ଡାଉନ୍‌ କରାଯାଇଥିଲା । କିନ୍ତୁ ଏବେ ପୁରୀଠାରେ କର୍ଫ୍ୟୁ କୋହଳ କରାଯାଇଥିବାବେଳେ କିଛିକାଂଶରେ କର୍ଫ୍ୟୁ ଲାଗି ରହିଛି । ପୁରୀଙ୍କୁ କେହି ନ ଆସିବାକୁ ଡିଜିପି ଅନୁରୋଧକରିଥିଲେ । ସେହିପରି ପୁରୀ ସେବାୟତମାନଙ୍କ ଦୁଇ ଥର କୋଭିଡ୍‌ ଟେଷ୍ଟ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର। ସେହିପରି ଗତକାଲି ଶୃଙ୍ଖଳିତ ରଥଟଣା ପାଇଁ ସେବାୟତଙ୍କୁ ପାଞ୍ଚ ହଜାର ଟଙ୍କାର ଦିଆଯିବା ନେଇ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. କ୍ରିଷ୍ଣନ କୁମାର କହିଛନ୍ତି ।

Related posts