ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ସର୍ବାଧିକ 38 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛି ବିଏମ୍ସି । ଏହି ଆକ୍ରାନ୍ତଙ୍କମଧ୍ୟରୁ 25 ଜଣ ହୋମ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 13 ଜଣ ଲୋକାଲ କେସ୍ ରହିଛି।
25 ଜଣ ହୋମ୍ କ୍ବାରେଣ୍ଟାଇନ୍ରେ ଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜୟଦେବ ବିହାରରୁ 5ଜଣ ରହିଛନ୍ତି । ଏହି ପାଞ୍ଚଜ ଣଙ୍କ ମଧ୍ୟରେ 74 ବର୍ଷୀୟ ପୁରୁଷଙ୍କ ସମେତ 36 ବର୍ଷୀୟ ମହିଳା ଓ 73 ବର୍ଷୀୟ ମହିଳାଙ୍କ ସମେତ ଏକ ବର୍ଷର ଶିଶୁ ରହିଛନ୍ତି । ସେ ନିକଟରେ ମୁମ୍ବାଇରୁ ଫେରିଥିବାର ସୂଚନା ରହିଛି ।
ସେହିପରି ମଞ୍ଚେଶ୍ବର ଅଞ୍ଚଳରୁ 11ଟି କେସ୍ ସାମ୍ନାକୁ ଆସିଛି । ଏହି ଆକ୍ରାନ୍ତମାନେ ଉତ୍ତରପ୍ରଦେଶରୁ ଫେରିଥିବାର ସୂଚନା ରହିଛି । ଏହି 11 ଜଣଯାକ ପୁରୁଷ ହୋଇଥିବାବେଳେ ଏମାନଙ୍କ ବୟସ ଯଥାକ୍ରମେ 29, 26, 42, 20, 28, 37, 23, 27, 24, 21, 32 ବର୍ଷ ।
ସେହିପରି ମଞ୍ଚେଶ୍ବର ଅଞ୍ଚଳ ପ୍ରତିଦିନ ଅଫିସ୍ ପାଖରୁ ଚିହ୍ନଟ ହୋଇଥିବା ଅନ୍ୟ ଚାରି ଆକ୍ରାନ୍ତ ମାନେ ମଧ୍ୟ ପଶ୍ଚିମବଙ୍ଗରୁ ଫେରିଥିବାର ସୂଚନା ରହିଛି । ଏହି ଆକ୍ରାନ୍ତମାନଙ୍କ ବୟସ ଯଥାକ୍ରମେ , 47, 28,26 ଓ 32 ବର୍ଷ ବୋଲି ସୂଚନା ରହିଛି ।
ଆଠନମ୍ବରରୁ ଡେଲ୍ଟା ଅଞ୍ଚଳରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 36 ବର୍ଷୀୟ ମହିଳା ଥିବାବେଳେ 40 ବର୍ଷୀୟ ପୁରୁଷ ରହିଛନ୍ତି । ଦୁହେଁ ମୁମ୍ବାଇରୁ ଫେରିଥିବାର ସୂଚନା ରହିଛି । ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ପେଡ୍ କ୍ବାରେଣ୍ଟାଇନ୍ରେ ରହିଥିବା 44 ବର୍ଷୀୟ ପୁରୁଷ ପଶ୍ଚିମବଙ୍ଗରୁ ଫେରିଥିବାର ସୂଚନା ରହିଛି ।
ସେହିପରି ହୋମ୍ କ୍ବାରେଣ୍ଟାଇନ୍ଣେ ଚିହ୍ନଟ ହୋଇଥିବା ଅନ୍ୟ ଜଣେ ୟୁନିଟ 6 ରାଧାକୃଷ୍ଣ ମନ୍ଦିର ନିକଟରୁ ଚିହ୍ନଟ ହୋଇଛନ୍ତି । 24 ବର୍ଷୀୟ ଯୁବକ ଜଣେ ବାଙ୍ଗାଲୋରରୁ ଫେରିଥିବାର ସୂଚନା ରହିଛି । ଅନ୍ୟ ଜଣେ 38 ବର୍ଷୀୟ ଆକ୍ରାନ୍ତ ମଞ୍ଚେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଥିବାବେଳେ ସେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି ।
ଲୋକାଲ 13 ଆକ୍ରାନ୍ତଙ୍କ ମଧ୍ୟରେ ଶିରିୁପୁର 4 ଜଣ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ 14 ଓ 18 ବର୍ଷୀୟ ଯୁବତୀ ଥିବାବେଳେ 11 ଓ 22 ବର୍ଷୀୟ ଯୁବକ ରହିଛନ୍ତି । ଏହି ଆକ୍ରାନ୍ତଙ୍କ ଲକ୍ଷ୍ମୀବଜାର ବସ୍ତି ଲିଙ୍କ୍ ଥିବାର ସୂଚନା ରହିଛି । ଏହି ଚାରି ଆକ୍ରାନ୍ତ ମୁମ୍ବାଇ ଫେରନ୍ତା ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିଥିଲେ । ଅନ୍ୟ ଜଣେ ଆକ୍ରାନ୍ତ 46 ବର୍ଷୀୟ ପୁରୁଷ, ଚକେଇସିଆଣି ହାଡ଼ବାଇ ବସ୍ତିର ବୋଲି ଜଣାପଡିଛି ।
ଘରୋଇ ହସ୍ପିଟାଲର କାର୍ଯ୍ୟରତ ତିନିଜଣ କର୍ମଚାରୀ ଆକ୍ରାନ୍ତ ରହିଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ 23 ବର୍ଷୀୟ ଯୁବତୀ ରହିଥିବାବେ 24 ଓ 26 ବର୍ଷୀୟ ଯୁବକ ରହିଛନ୍ତି ।
ସେହିପରି ଅନ୍ୟ ଏକ ଘରୋଇ ହସ୍ପିଟାଲରେ ଜଣେ 29 ବର୍ଷୀୟା କର୍ମଚାରୀ ରହିଛନ୍ତି । ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ମଧ୍ୟ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ବୋଲି ଜଣାପଡିଛନ୍ତି । 39 ବର୍ଷୀୟ ଯୁବକ ଜଣକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଥିବାର ସୂଚନା ରହିଛି । ସେହିପରି ଅନ୍ୟ ଜଣେ ସରକାରୀ ହସ୍ପିଟାଲର ମହିଳା କର୍ମଚାରୀ ରହିଛନ୍ତି । ତାଙ୍କ ବୟସ 40 ବର୍ଷ ବୋଲି ସୂଚନା ରହିଛି ।
ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ଭିଏସଏସ୍ ନଗର ହନୁମାନ ମନ୍ଦିର ପାଖରୁ ଚିହ୍ନଟ ହୋଇଛନ୍ତି । 35 ବର୍ଷୀୟ ଯୁବକ ଜଣକ ପୂର୍ବରୁ ଜଣେ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିଥିବାର ସୂଚନା ରହିଛି ।
ସେହିପରି ଆଜି ଭୁବନେଶ୍ବରରୁ 14 ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟର ଆଜି ନୂତନ 38 ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍ ପଜିଟଭଙ୍କ ସଂଖ୍ୟା 258ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଛନ୍ତି 127 ଜଣ । ସକ୍ରିୟ ରହିଛନ୍ତି 127 । ସେହିପରି 3 ଜଣଙ୍କର ମୃତ୍ୟୁ ଘଟିଛି ।