Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରରୁ ଆଜି 38 ପଜିଟିଭ୍‌ ଚିହ୍ନଟ
ଆଜିର ଖବର

ଭୁବନେଶ୍ବରରୁ ଆଜି 38 ପଜିଟିଭ୍‌ ଚିହ୍ନଟ

June 25, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ସର୍ବାଧିକ 38 କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛି ବିଏମ୍‌ସି ।  ଏହି ଆକ୍ରାନ୍ତଙ୍କମଧ୍ୟରୁ  25 ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 13 ଜଣ ଲୋକାଲ କେସ୍‌ ରହିଛି।

25 ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜୟଦେବ ବିହାରରୁ 5ଜଣ ରହିଛନ୍ତି । ଏହି ପାଞ୍ଚଜ ଣଙ୍କ ମଧ୍ୟରେ 74 ବର୍ଷୀୟ ପୁରୁଷଙ୍କ ସମେତ 36 ବର୍ଷୀୟ ମହିଳା ଓ 73 ବର୍ଷୀୟ ମହିଳାଙ୍କ ସମେତ ଏକ ବର୍ଷର ଶିଶୁ ରହିଛନ୍ତି । ସେ ନିକଟରେ ମୁମ୍ବାଇରୁ ଫେରିଥିବାର ସୂଚନା ରହିଛି ।

ସେହିପରି ମଞ୍ଚେଶ୍ବର ଅଞ୍ଚଳରୁ 11ଟି କେସ୍‌ ସାମ୍ନାକୁ ଆସିଛି । ଏହି ଆକ୍ରାନ୍ତମାନେ ଉତ୍ତରପ୍ରଦେଶରୁ ଫେରିଥିବାର ସୂଚନା ରହିଛି । ଏହି 11 ଜଣଯାକ ପୁରୁଷ ହୋଇଥିବାବେଳେ ଏମାନଙ୍କ ବୟସ ଯଥାକ୍ରମେ 29, 26, 42, 20, 28, 37, 23, 27, 24, 21, 32 ବର୍ଷ ।

ସେହିପରି ମଞ୍ଚେଶ୍ବର ଅଞ୍ଚଳ ପ୍ରତିଦିନ ଅଫିସ୍‌ ପାଖରୁ ଚିହ୍ନଟ ହୋଇଥିବା ଅନ୍ୟ ଚାରି ଆକ୍ରାନ୍ତ ମାନେ ମଧ୍ୟ ପଶ୍ଚିମବଙ୍ଗରୁ ଫେରିଥିବାର ସୂଚନା ରହିଛି । ଏହି ଆକ୍ରାନ୍ତମାନଙ୍କ ବୟସ ଯଥାକ୍ରମେ , 47, 28,26 ଓ 32 ବର୍ଷ ବୋଲି ସୂଚନା ରହିଛି ।

ଆଠନମ୍ବରରୁ ଡେଲ୍‌ଟା ଅଞ୍ଚଳରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 36 ବର୍ଷୀୟ ମହିଳା ଥିବାବେଳେ 40 ବର୍ଷୀୟ ପୁରୁଷ ରହିଛନ୍ତି । ଦୁହେଁ ମୁମ୍ବାଇରୁ ଫେରିଥିବାର ସୂଚନା ରହିଛି । ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ପେଡ୍‌‌ କ୍ବାରେଣ୍ଟାଇନ୍‌ରେ ରହିଥିବା 44 ବର୍ଷୀୟ ପୁରୁଷ ପଶ୍ଚିମବଙ୍ଗରୁ ଫେରିଥିବାର ସୂଚନା ରହିଛି ।

ସେହିପରି ହୋମ୍‌ କ୍ବାରେଣ୍ଟାଇନ୍‌ଣେ ଚିହ୍ନଟ ହୋଇଥିବା ଅନ୍ୟ ଜଣେ ୟୁନିଟ 6 ରାଧାକୃଷ୍ଣ ମନ୍ଦିର ନିକଟରୁ ଚିହ୍ନଟ ହୋଇଛନ୍ତି । 24 ବର୍ଷୀୟ ଯୁବକ ଜଣେ ବାଙ୍ଗାଲୋରରୁ ଫେରିଥିବାର ସୂଚନା ରହିଛି । ଅନ୍ୟ ଜଣେ 38 ବର୍ଷୀୟ ଆକ୍ରାନ୍ତ ମଞ୍ଚେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଥିବାବେଳେ ସେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି ।

ଲୋକାଲ 13 ଆକ୍ରାନ୍ତଙ୍କ ମଧ୍ୟରେ ଶିରିୁପୁର  4 ଜଣ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ 14 ଓ 18 ବର୍ଷୀୟ ଯୁବତୀ ଥିବାବେଳେ 11 ଓ 22 ବର୍ଷୀୟ ଯୁବକ ରହିଛନ୍ତି । ଏହି ଆକ୍ରାନ୍ତଙ୍କ ଲକ୍ଷ୍ମୀବଜାର ବସ୍ତି ଲିଙ୍କ୍‌ ଥିବାର ସୂଚନା ରହିଛି ।  ଏହି ଚାରି ଆକ୍ରାନ୍ତ ମୁମ୍ବାଇ ଫେରନ୍ତା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ ।  ଅନ୍ୟ ଜଣେ ଆକ୍ରାନ୍ତ 46 ବର୍ଷୀୟ ପୁରୁଷ, ଚକେଇସିଆଣି ହାଡ଼ବାଇ ବସ୍ତିର ବୋଲି ଜଣାପଡିଛି ।

ଘରୋଇ ହସ୍ପିଟାଲର କାର୍ଯ୍ୟରତ  ତିନିଜଣ  କର୍ମଚାରୀ ଆକ୍ରାନ୍ତ ରହିଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ 23 ବର୍ଷୀୟ ଯୁବତୀ ରହିଥିବାବେ 24 ଓ 26 ବର୍ଷୀୟ ଯୁବକ ରହିଛନ୍ତି ।

ସେହିପରି ଅନ୍ୟ ଏକ ଘରୋଇ ହସ୍ପିଟାଲରେ ଜଣେ 29 ବର୍ଷୀୟା କର୍ମଚାରୀ  ରହିଛନ୍ତି । ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ମଧ୍ୟ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ବୋଲି ଜଣାପଡିଛନ୍ତି । 39 ବର୍ଷୀୟ ଯୁବକ ଜଣକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଥିବାର ସୂଚନା ରହିଛି । ସେହିପରି ଅନ୍ୟ ଜଣେ ସରକାରୀ ହସ୍ପିଟାଲର ମହିଳା କର୍ମଚାରୀ ରହିଛନ୍ତି । ତାଙ୍କ ବୟସ 40 ବର୍ଷ ବୋଲି ସୂଚନା ରହିଛି ।

ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ଭିଏସଏସ୍‌ ନଗର ହନୁମାନ ମନ୍ଦିର ପାଖରୁ ଚିହ୍ନଟ ହୋଇଛନ୍ତି । 35 ବର୍ଷୀୟ ଯୁବକ ଜଣକ ପୂର୍ବରୁ ଜଣେ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବାର ସୂଚନା ରହିଛି ।

Image

ସେହିପରି ଆଜି ଭୁବନେଶ୍ବରରୁ 14 ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟର ଆଜି ନୂତନ 38 ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍‌ ପଜିଟଭଙ୍କ ସଂଖ୍ୟା 258ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଛନ୍ତି 127 ଜଣ । ସକ୍ରିୟ ରହିଛନ୍ତି 127 । ସେହିପରି 3 ଜଣଙ୍କର ମୃତ୍ୟୁ ଘଟିଛି ।

 

bhubaneswar bmc
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.