ହାତୀ ସୁରକ୍ଷା ପାଇଁ ଗାଇଡଲାଇନ୍‌ ଜାରି କଲା ବନବିଭାଗ

Published: Jun 26, 2020, 2:49 pm IST

ଭୁବନେଶ୍ବର :  ସୁରକ୍ଷିତ ହାତୀ ଚଳପ୍ରଚଳ ନେଇ ବନବିଭାଗ ଗାଇଡଲାଇନ୍‌ ଜାରି କରିଛି । ସବୁ ଡିଏଫ୍‌ଓଙ୍କୁ ଗାଇଡଲାଇନ୍‌ ପ୍ରଦାନ କଲେ ଅତିରିକ୍ତ ପିସିସିଏଫ୍‌ । ହାତୀ ଗତିବିଧି ଦେଖି ଦୈନିକ ରିପୋର୍ଟ ଦେବାକୁ କଡା ନିର୍ଦ୍ଦେଶ  ଦେଇଛନ୍ତି । ଫରେଷ୍ଟ ଗାର୍ଡରୁ ପିସିସିଏଫ୍‌ ପର୍ଯ୍ୟନ୍ତ ସମନ୍ବୟ ନେଇ ଗାଇଡଲାଇନରେ ବ୍ୟବସ୍ଥା କରାଯାଇଛି । ନିଜ ଅଞ୍ଚଳରେ ହାତୀ ସ୍ଥିତି ନେଇ ରେଞ୍ଜରକୁ ଦୈନିକ ଜଣାଇବେ ଫରେଷ୍ଟ ଗାର୍ଡ । ହାତୀ ଗତିବିଧି ନେଇ ରେଞ୍ଜ ସ୍ତରରେ ମନିଟରିଂ ପାଇଁ ବ୍ୟବସ୍ଥା କରାଯାଇଛି । ଡିଭିଜନ ସ୍ତରରେ 24 ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ହେବ । ଏଥିପାଇଁ ଜଣେ ଏସିଏଫ୍‌ ଦାୟିତ୍ବରେ ରହିବେ ବୋଲି ସୂଚନା ରହିଛି ।

Related posts