ପିଣ୍ଟୁ ବିଷୋୟୀ
ବେଗୁନିଆପଡା: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା।ସେହିପରି ଗଞ୍ଜାମ ଜିଲ୍ଲାରେ ମଧ୍ୟ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଂଚାୟତକୁ ସାତ ଦିନ ପଯ୍ୟନ୍ତ ସଟ ଡାଉନ କରିଛନ୍ତି ସ୍ଥାନୀୟ ସରପଞ୍ଚ ସନ୍ତୋଷିନୀ ସାହୁ ।
ଉକ୍ତ ପଞ୍ଚାୟତରେ କେତେ ଜଣ କରୋନା ପଜେଟିଭ୍ ଥିବା ଜାଣିବା ପରେ ଆଜିଠାରୁ ପଞ୍ଚାୟତକୁ ସାତ ଦିନ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ । ଆଜିଠାରୁ ଆସନ୍ତା ଗୁରୁବାର ଯାଏଁ 7 ଦିନିଆ ସଟ୍ଡାଉନ୍ ରହିବ ସୁମଣ୍ଡଳ ପଂଚାୟତ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ସୁମଣ୍ଡଳ ସରପଞ୍ଚ ସୂଚନା ଦେଇଛନ୍ତି।
ଏହି ସଟ୍ଡାଉନ୍ ମଧ୍ୟରେ ମେଡିସିନ୍ ଦୋକାନ ଖୋଲା ରହିବ। ଗତ ସପ୍ତାହଠାରୁ ଜିଲ୍ଲାରେ କୋରନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି।ସଟ୍ଡାଉନ୍ ସମୟରେ ଘରେ ରହିବା ପାଇଁ ସରପଞ୍ଚ ନିବେଦନ କରିଛନ୍ତି ।
Tags: ସଟ୍ ଡାଉନ୍