ସୁମଣ୍ଡଳରେ କଣ୍ଟେନମେଣ୍ଟ ଜୋନ

Published: Jun 27, 2020, 10:46 am IST

ପିଣ୍ଟୁ ବିଷାେୟୀ

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସୁମଣ୍ଡଳ ପଞ୍ଚାୟତର ମେଡିକାଲ ଛକଠାରୁ 6 କରୋନା ପଜିଟିଭ ମିଳିବା ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ସୁମଣ୍ଡଳ ପଞ୍ଚାୟତର ବାଣିଆବାଡ଼ି ଛକଠାରୁ ସୁମଣ୍ଡଳ ମାର୍କେଟ ଲଷ୍ମୀନାରାୟଣ ସାହି, ବାଉରୀ ସାହି, ମେଡିକାଲ ଛକ ବାଣିଆବାଡ଼ିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ ଏ ଅଂଚଳରେ କଣ୍ଟେନମେଣ୍ଟ ଜୋନ କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ଅବସ୍ଥିତ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ ।ଲୋକମାନଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଏହାର ପାଖ ପଞ୍ଚାୟତ ବୁରୁଝରୀର କେ ତୋଟାପଡା ଓ ପି ନୂଆଗାଁ ଏବଂ ଶାଙ୍କୁଡ଼ା ପଞ୍ଚାୟତର ତିତିରିଡି, ଚଣ୍ଡପଲି ଓ ଶାଙ୍କୁଡ଼ାକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି ।

Related posts