ଆଜି ରାଜ୍ୟରୁ 184 ଜଣ ସୁସ୍ଥ

Published: Jun 27, 2020, 4:49 pm IST

ଭୁବନେଶ୍ବର : ଆଜି ରାଜ୍ୟରୁ ଆଉ 184 ଜଣ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମରୁ ରହିଛନ୍ତି । ଗଞ୍ଜାମରୁ 48, ଖୋର୍ଦ୍ଧାରୁ 45, ବାଲେଶ୍ବରରୁ 31, ଗଜପତିରୁ 12, ଭଦ୍ରକରୁ 10, ଜଗତସିଂହପୁର ଓ ଝାରସୁଗୁଡାରୁ 6 ଜଣ ଲେଖାଏଁ ରହିଛନ୍ତି । ସେହିପରି କେନ୍ଦ୍ରାପଡା ଓ ପୁରୀରୁ 5 ଜଣ ଲେଖାଏଁ ରହିଛନ୍ତି । ସୁନ୍ଦରଗଡରୁ ଚାରିଜଣ ସୁସ୍ଥ ହୋଇଥିବାବେଳେ ବଲାଙ୍ଗିର ଓ କେନ୍ଦୁଝରରୁ 3 ଜଣ ଲେଖାଏଁ ରହିଛନ୍ତି । ସେହିପରି କଟକରୁ ଆଜି 2 ଜଣ ସୁସ୍ଥ ହୋଇଛନ୍ତି । ଅନୁଗୁଳୁ ଓ ଯାଜପୁର, କନ୍ଧମାଳ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ନୂତନ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 4606ରେ ପହଞ୍ଚିଛି ।

Related posts