Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁନ୍ ୨୮ ଅପରାହ୍ନ ୨ ଘଟିକାରେ ଆରମ୍ଭ ହେବ କନ୍ଧମାଳ ସାହିତ୍ୟ ମହୋତ୍ସବ (ଭର୍ଚୁଆଲ୍)
ଆଜିର ଖବର

ଜୁନ୍ ୨୮ ଅପରାହ୍ନ ୨ ଘଟିକାରେ ଆରମ୍ଭ ହେବ କନ୍ଧମାଳ ସାହିତ୍ୟ ମହୋତ୍ସବ (ଭର୍ଚୁଆଲ୍)

June 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପ୍ରତିବର୍ଷ କଳିଙ୍ଗ ସାହିତ୍ୟ ମହୋତ୍ସବ ଓ ଓଡିଶା ଡାଏରୀ ଫାଉଣ୍ଡେସନ୍ (ଓଡିଏଫ୍)ର ମିଳିତ ଆନୁକୂଲ୍ୟରେ କନ୍ଧମାଳ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ  ହୋଇ ଆସୁଅଛି। ବର୍ତ୍ତମାନର ଅଭାବିତ ସଙ୍ଗରୋଧ ସମୟ ଯୋଗୁଁ ଏପରି ଅନଲାଇନ୍ ସାହିତ୍ୟ ମହୋତ୍ସବର ଆୟୋଜନ କରାଯାଉଛି, ଯାହା ଓଡ଼ିଶାରେ ପ୍ରଥମ। ଏହା ଓଡିଶାର ଜନଜାତିର କଥା,ଭାଷା,ସାହିତ୍ୟ, ସଂସ୍କୃତି, ସ୍ୱଦେଶୀପଣ,ପ୍ରକୃତି ଆଦିକୁ ପ୍ରୋତ୍ସାହିତ କରିବ ଏବଂ ନୂତନ ପିଢ଼ିକୁ ଆମର ଐତିହ୍ୟ ଓ ବିଶାଳ ପରମ୍ପରା ସହ ପରିଚିତ କରାଇବାରେ ସହାୟକ ହେବ।

ଏହି ଅଧିବେଶନ ୨୮ଜୁନ୍, ୨୦୨୦ରେ କଳିଙ୍ଗ ସାହିତ୍ୟ ମହୋତ୍ସବର ଫେସବୁକ୍, ଟ୍ୱିଟର,ୟୁଟ୍ୟୁବ୍  ପରି ସମସ୍ତ ଅଫିସିଆଲ୍ ଫୋରମ୍ ରେ ସିଧା ପ୍ରସାରିତ ହେବ।

ଓଡ଼ିଶା  ଡାଏରୀ ଫାଉଣ୍ଡେସନ ଏବଂ କଳିଙ୍ଗ ସାହିତ୍ୟ ମହୋତ୍ସବର ଏପରି ଭିନ୍ନ ଓ ଜରୁରୀ ପଦକ୍ଷେପ ସ୍ଵରୂପ କନ୍ଧମାଳ  ସାହିତ୍ୟ ମହୋତ୍ସବକୁ ଅନ୍ ଲାଇନ୍ ପ୍ଲାଟଫର୍ମକୁ ଆଣିବା ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମଗ୍ର  ବିଶ୍ଵରେ ଆମର ସ୍ଥାନୀୟତାକୁ,  ଆମର ବିଭବକୁ ପ୍ରଚାର କରିବା ଓ ସମଗ୍ର ରାଜ୍ୟ,ଦେଶ ଓ ବିଶ୍ଵ ସହ ଯୋଡ଼ି ହେବା। କନ୍ଧମାଳ ଏହାର ଅପରୂପ  ସୌନ୍ଦର୍ଯ୍ୟ, ସ୍ୱଦେଶୀ ସଂସ୍କୃତି ଏବଂ ଅଧିବାସୀ ମାନଙ୍କର ସାମାଜିକ ଜୀବନ ଓ ନିରଡାମ୍ବର ଚଳଣୀ ସହ  ଆଚରଣରେ ସରଳତା ପାଇଁ ପ୍ରସିଦ୍ଧ। ଚିନ୍ତକ, ଦାର୍ଶନିକ,ସମାଜବିତ୍, ଲେଖକ ଏବଂ କବିମାନଙ୍କୁ ଏହି ଭୂଖଣ୍ଡ ବାରମ୍ବା ଆକୃଷ୍ଟ କରି ଆସିଛି।

ଦିନ ଦୁଇଟାରୁ ଆରମ୍ଭ ହେବାକୁ ଥିବା ଏହି ମହୋତ୍ସବକୁ ବିଶିଷ୍ଟ ଜନପ୍ରିୟ ଲେଖିକା ଜ୍ଞାନପୀଠ ପୁରସ୍କାର ବିଜୟିନୀ ପଦ୍ମଶ୍ରୀ ପ୍ରତିଭା ରାୟ  ଉଦଘାଟନ  କରିବେ। ପରେ ପରେ ଆଉ ତିନୋଟି ଅଧିବେଶନ  ଯଥାକ୍ରମେ ଅପରାହ୍ନ  ୩ରୁ  -୩.୪୫, ୪ରୁ-୪.୪୫ଏବଂ ୫  ରୁ ୫.୪୫ଘଣ୍ଟିକା ଯାଏଁ ଅନୁଷ୍ଠିତ ହେବ। ଏ ଅନ୍ୟ ଉଲ୍ଲେଖନୀୟ ବକ୍ତାମାନଙ୍କ ମଧ୍ୟରେ ପୂର୍ବତନ ପ୍ରଶାସକ  ଡକ୍ଟର ଅରବିନ୍ଦ ବେହେରା, ରାଜେଶ ପ୍ରଭାକର ପାଟିଲ, ସୁଜିତ କୁମାର, ବିଜୟ ପଟ୍ଟନାୟକ, କେଦାର ମିଶ୍ର, ଡକ୍ଟର କ୍ଷେତ୍ରବାସୀ ମାନସେଠ୍, ଡକ୍ଟର ନିରଦ କହଁର, ଅନୁଜ ପ୍ରଧାନ,ଜ୍ୟୋତିର୍ମୟୀ କହଁର, ପୃଥିବୀରାଜ ମଣ୍ଡଳ, ବିଦେଶୀ  ନାୟକ, ରବୀନ୍ଦ୍ରନାଥ ମିଶ୍ର, ସୁଜିତ୍ କୁମାର ପଣ୍ଡା, ପ୍ରଣତି ତ୍ରିପାଠୀ, ହରପ୍ରିୟା ମିଶ୍ର, ଗିରିଜା ପ୍ରସାଦ ମିଶ୍ର, ପ୍ରଦୀପ କହଁର ଆଦି ସାରସ୍ଵତ ସାଧକମାନେ ଅଛନ୍ତି।

କନ୍ଧମାଳ ସାହିତ୍ୟ ମହୋତ୍ସବ ତଥା କଳିଙ୍ଗ ସାହିତ୍ୟ ମହୋତ୍ସବର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମୀ ରଂଜନ ପରିଡା କୁହନ୍ତି, “ଏହା ଏକ କଠିନ ସମୟ ଯେତେବେଳେ ଆମେ ଦିନକୁ ଦିନ ସଂଘର୍ଷ ସହ ମହାମାରୀ ସହ ଲଢୁଛୁ। ବୈଷୟିକ ଜ୍ଞାନ କୌଶଳ ସୋସିଆଲ ମିଡିଆକୁ ଏକ ଶକ୍ତିଶାଳୀ ପ୍ଲାଟଫର୍ମରେ ପରିଣତ କରିଛି।ବିଶ୍ଵକୁ ଦେବା ପାଇଁ କନ୍ଧମାଳ ପାଖରେ ଅନେକ କିଛି ଅଛି। ଏହା ଅନେକଙ୍କ ପାଇଁ ଏକ ନିରବ ପ୍ରେରଣା ଅଟେ। ଏହି ମହୋତ୍ସବ ଆୟୋଜନ କରିବାର କାରଣ ହେଉଛି ବିଶ୍ୱକୁ ଓଡ଼ିଶାର ସ୍ୱଦେଶୀ ଏବଂ ସାଂସ୍କୃତିକ ଐତିହ୍ୟକୁ ଜଣାଇବା।  କନ୍ଧମାଳର ସାହିତ୍ୟ, କଳା, ଏବଂ ସଂସ୍କୃତି ସହିତ ସାରା ରାଜ୍ୟର ପରିଚୟ ହେବା ସହ ଜଡ଼ିତ ହେବାର ମାଧ୍ୟମ ଏହି କନ୍ଧମାଳ ସାହିତ୍ୟ ଭର୍ଚୁଆଲ୍ ମହୋତ୍ସବ।”

ରାଜ୍ୟର ସାହିତ୍ୟ କ୍ୟାଲେଣ୍ଡରରେ ଏହା ଏକ ଉଲ୍ଲେଖନୀୟ ଘଟଣା ଏବଂ ସମସ୍ତ କନ୍ଧମାଳର ଜ୍ଞାନୀ ଗୁଣୀ ,ଶିକ୍ଷାବିତ୍ ,ସାହିତ୍ୟ ପ୍ରମୀମାନଙ୍କର  ସହଯୋଗ ହିଁ ଆଗକୁ ଅଧିକ କାମ କରାଇବାର ପ୍ରେରଣା ହେବ ବୋଲି କହିଛନ୍ତି  ଅନ୍ୟତମ  ସହ ପ୍ରତିଷ୍ଠାତା ସିତାଂଶୁ ମହାପାତ୍ର।

Share. Facebook Twitter LinkedIn Email WhatsApp Copy Link

Related Posts

ରାତିରେ ନବୀନ ପଟ୍ଟନାୟକଙ୍କୁ କାହିଁକି ସାକ୍ଷାତ କଲେ ବିଜେଡି ନେତାଗଣ ?

September 2, 2025

ସେପ୍ଟେମ୍ବର ୧୮ ରେ ବିଧାନସଭା ଘେରିବ ମିଳିତ ସରକାରୀ ମାଧ୍ୟମିକ ଏନପିଏସ ଶିକ୍ଷକ ସଙ୍ଘ

September 2, 2025

ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା

September 2, 2025

ଡିଏଫପିଡି ସଚିବଙ୍କ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖାଦ୍ୟ ସଚିବଙ୍କ ସହିତ ବୈଠକ

September 2, 2025
Latest News

ରାତିରେ ନବୀନ ପଟ୍ଟନାୟକଙ୍କୁ କାହିଁକି ସାକ୍ଷାତ କଲେ ବିଜେଡି ନେତାଗଣ ?

September 2, 2025

ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାକୁ ନେଇ ମୋଦି କଣ କହିଲେ ଜାଣନ୍ତି

September 2, 2025

ସେପ୍ଟେମ୍ବର ୧୮ ରେ ବିଧାନସଭା ଘେରିବ ମିଳିତ ସରକାରୀ ମାଧ୍ୟମିକ ଏନପିଏସ ଶିକ୍ଷକ ସଙ୍ଘ

September 2, 2025

ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା

September 2, 2025

ଡିଏଫପିଡି ସଚିବଙ୍କ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖାଦ୍ୟ ସଚିବଙ୍କ ସହିତ ବୈଠକ

September 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.