କୁହୁଡି ଫାଣ୍ଡି ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ ସିରିଜି ଦୁର୍ଘଟଣା

Published: Jun 28, 2020, 10:14 am IST

ସୀତରାମ ଅଗ୍ରଓ୍ବାଲ

କୁହୁଡି: ଜାତୀୟ ରାଜପଥ କୁହୁଡି ଫାଣ୍ଡି ନିକଟସ୍ଥ ଜୟମଙ୍ଗଳପୁର ଠାରେ ଦୁଇଟି ଟ୍ରକ ସହ ଗୋଟିଏ ବସର ସିରିଜି ଦୁର୍ଘଟଣା ହେବାରୁ ଚାରି ଜଣ ସାମାନ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ଟାଙ୍ଗି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଗୋଟାଏ ଟ୍ରକ ଚକା ପମ୍ପଚର ହେଇଥିବାରୁ ସେ ଗତକାଲି ରାତ୍ର ୨ଘଟିକାରୁ ରାସ୍ତାରେ ଛିଡା ହୋଇଥିଲା। ଆଜି ସକାଳୁ ପାଖାପାଖି ୭ ଘଟିକାରେ ଗୋଟିଏ ଆଇରନ ବୋଝେଇ ହାଇୱା ଟ୍ରକକୁ ବିହାରରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଆନ୍ଧ୍ର ପ୍ରଦେଶ ଯାଉଥିବା ଗୋଟାଏ ବସ ପଛପଟୁ ପିଟି ଦେବାରୁ ଉକ୍ତ ହାଇଓ୍ବା ପମ୍ପଚର ହୋଇଥିବା ଟ୍ରକକୁ ଅନୁରୂପ ଭାବେ ଧକ୍କା ଦେଇଥିଲା ଯାହାଦ୍ୱାରା ଘଟଣାଟି ସିରିଜ ଦୁର୍ଘଟଣାର ମୋଡ ନେଇଥିଲା। ଘଟଣା ସ୍ଥଳରେ କୁହୁଡି ଫାଣ୍ଡି ଅଧିକାରୀ ତୁରନ୍ତ ପହଁଚି ଆହତଙ୍କୁ ୧0୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଟାଙ୍ଗୀ ମେଡିକାଲକୁ ପଠାଇଥିଲେ ଏବଂ ରାଜ ରାସ୍ତାରୁ ତୁରନ୍ତ ଟ୍ରାଫିକ କ୍ଳିଅର କରାଇଥିଲେ। କୁହୁଡି ଫାଣ୍ଡି ଅଧିକାରୀ ଶ୍ରୀ ନିରଞ୍ଜନ ରାଉତ ଏବଂ ଗଙ୍ଗାଧରପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।

Related posts