Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାହାଘରକୁ ଅଧିକ ଲୋକ ଡାକି ଫସିଲେ ବର ପିତା :  କରୋନାରେ ଜଣକର ମୃତ୍ୟୁ ସହ 15 ଜଣ ସଂକ୍ରମିତ
ଆଜିର ଖବର

ବାହାଘରକୁ ଅଧିକ ଲୋକ ଡାକି ଫସିଲେ ବର ପିତା :  କରୋନାରେ ଜଣକର ମୃତ୍ୟୁ ସହ 15 ଜଣ ସଂକ୍ରମିତ

June 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାଜସ୍ଥାନ : କରୋନା କଟକଣାକୁ ଖାତିର୍‌ ନ କରି ବିବାହ ସମାରୋହରେ ଅଧିକ ଲୋକଙ୍କୁ ସାମିଲ୍‌ କରିବା ଏବେ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ରାଜସ୍ଥାନର ଭୀଲଓ୍ବାଡାର ଏକ ବିବାହ ସମାରୋହରେ 250 ଜଣ ଲୋକ ସାମିଲ୍‌ ହୋଇଥିଲେ । ଏହା ଏବେ ବରପକ୍ଷ ଲୋକଙ୍କୁ ବେଶ୍‌ ମହାଙ୍ଗା ସାବ୍ୟସ୍ତ ହୋଇଛି । ବରଯାତ୍ରୀର କରୋନା ସଂକ୍ରମଣ ବ୍ୟାପିବା ଯୋଗୁଁ ଜଣକର ମୃତ୍ୟୁ ହୋଇଥିବାସ୍ଥଳେ 15 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବରର ଜେଜେବାପାଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିବାବେଳେ ଅନ୍ୟ 15 ଜଣ ସଂକ୍ରମିତ ହୋଇଛନ୍ତି ।

ବର ଓ ବରପିତା ସମେତ ସମସ୍ତ 15 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ରାଜସ୍ଥାନ ସରକାର ଅନ୍ୟ 127 ଜଣଙ୍କୁ କ୍ବାରେଣ୍ଟାଇନ୍‌ କରିଛନ୍ତି । ସେହିପରି ଏହି ସମସ୍ତଙ୍କୁ କ୍ବାରେଣ୍ଟିନ୍‌ ସୁବିଧା ଓ ଚିକିତ୍ସାର ସମସ୍ତ ଖର୍ଚ୍ଚକୁ ଜରିମାନା ରୂପେ ବରପିତାଙ୍କୁ ଦେବାକୁ ପଡିଛି । ଏପର୍ଯ୍ୟନ୍ତ ବର ପିତାଙ୍କ ଉପରେ 6 ଲକ୍ଷ 26 ହଜାର 600 ଟଙ୍କାର ଜରିମାନା କରାଯାଇଥିବାବେଳେ ତିନି ଦିନ ମଧ୍ୟରେ ଏହାକୁ ଆାଦାୟ କରିବା ପାଇଁ ଭିଲଓ୍ବାଡା ଜିଲ୍ଲା ମାଜିଷ୍ଟ୍ରେଟ୍‌ ନୋଟିସ୍‌ ଜାରି କରିଛନ୍ତି । ସେହିପରି ଆଗକୁ ମଧ୍ୟ ଏହି ଜରିମାନାର ଆକାର ବଢିପାରେ ବୋଲି ସୂଚନା ରହିଛି। ଏହି ଆଦାୟ ଜରିମାନା ଟଙ୍କାକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଦିଆଯିବ ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣ ଉପରେ ପ୍ରଭାବି ନିୟନ୍ତ୍ରଣ ପାଇଁ ‘ଭିଲୱାରା ମଡେଲ’ ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । କିନ୍ତୁ ଏଠାରେ ଏକ ବିବାହ କାର୍ଯ୍ୟକ୍ରମରେ ଏକକାଳୀନ 15 ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି ।

ଜୁନ୍‌ 19 ତାରିଖରେ ଭୀଲଓ୍ବାଡା ରେ ବିବାହ କରାଯାଇଥିବାବେଳେ ଏହି ବିବାହରେ ବର, ବରର କାକା, ପିଇସୀ, ବର ପିତା, ଉଣୀ ଆଦି ସାମିଲ୍‌ ଥିଲେ । ତେବେ ନବବଧୂ ସମେତ 17ଜଣଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି । (ଏଜେନ୍ସି)

କରୋନା କଟକଣା ଜରିମାନା
Share. Facebook Twitter LinkedIn Email WhatsApp Copy Link

Related Posts

‘ରୋହିତ, ବିରାଟଙ୍କୁ ଅବସର ପାଇଁ ବାଧ୍ୟ କରାଗଲା’: ଗମ୍ଭୀର ଅଭିଯୋଗ ଆଣିଲେ ପୂର୍ବତନ ଖେଳାଳି

October 8, 2025

RBI ର ବଡ଼ ନିଷ୍ପତ୍ତି: ବନ୍ଦ ହେବ ଏହି ବ୍ୟାଙ୍କ

October 8, 2025

ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ଯୋଜନାକୁ ଭଣ୍ଡୁର କରି ଦେବ କି ବିଜେପି !!!

October 8, 2025

ବସ୍ ଉପରେ ମାଟି ଅତଡ଼ା ଖସି ୧୮ ଯାତ୍ରୀଙ୍କ ମୃତ୍ୟୁ; ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ

October 8, 2025
Latest News

‘ରୋହିତ, ବିରାଟଙ୍କୁ ଅବସର ପାଇଁ ବାଧ୍ୟ କରାଗଲା’: ଗମ୍ଭୀର ଅଭିଯୋଗ ଆଣିଲେ ପୂର୍ବତନ ଖେଳାଳି

October 8, 2025

RBI ର ବଡ଼ ନିଷ୍ପତ୍ତି: ବନ୍ଦ ହେବ ଏହି ବ୍ୟାଙ୍କ

October 8, 2025

ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ଯୋଜନାକୁ ଭଣ୍ଡୁର କରି ଦେବ କି ବିଜେପି !!!

October 8, 2025

ବସ୍ ଉପରେ ମାଟି ଅତଡ଼ା ଖସି ୧୮ ଯାତ୍ରୀଙ୍କ ମୃତ୍ୟୁ; ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ

October 8, 2025

ଆଇନ ମନ୍ତ୍ରୀଙ୍କ ଉପରେ ସବୁ ଆର୍ଶିବାଦ ଢାଳି ଦେଲେ ପୁରୀର କାର୍ତ୍ତିକ ହବିଷ୍ୟାଳି

October 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.