Categories
ଆଜିର ଖବର ଜାତୀୟ ଖବର

ବାହାଘରକୁ ଅଧିକ ଲୋକ ଡାକି ଫସିଲେ ବର ପିତା :  କରୋନାରେ ଜଣକର ମୃତ୍ୟୁ ସହ 15 ଜଣ ସଂକ୍ରମିତ

ରାଜସ୍ଥାନ : କରୋନା କଟକଣାକୁ ଖାତିର୍‌ ନ କରି ବିବାହ ସମାରୋହରେ ଅଧିକ ଲୋକଙ୍କୁ ସାମିଲ୍‌ କରିବା ଏବେ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ରାଜସ୍ଥାନର ଭୀଲଓ୍ବାଡାର ଏକ ବିବାହ ସମାରୋହରେ 250 ଜଣ ଲୋକ ସାମିଲ୍‌ ହୋଇଥିଲେ । ଏହା ଏବେ ବରପକ୍ଷ ଲୋକଙ୍କୁ ବେଶ୍‌ ମହାଙ୍ଗା ସାବ୍ୟସ୍ତ ହୋଇଛି । ବରଯାତ୍ରୀର କରୋନା ସଂକ୍ରମଣ ବ୍ୟାପିବା ଯୋଗୁଁ ଜଣକର ମୃତ୍ୟୁ ହୋଇଥିବାସ୍ଥଳେ 15 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବରର ଜେଜେବାପାଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିବାବେଳେ ଅନ୍ୟ 15 ଜଣ ସଂକ୍ରମିତ ହୋଇଛନ୍ତି ।

ବର ଓ ବରପିତା ସମେତ ସମସ୍ତ 15 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ରାଜସ୍ଥାନ ସରକାର ଅନ୍ୟ 127 ଜଣଙ୍କୁ କ୍ବାରେଣ୍ଟାଇନ୍‌ କରିଛନ୍ତି । ସେହିପରି ଏହି ସମସ୍ତଙ୍କୁ କ୍ବାରେଣ୍ଟିନ୍‌ ସୁବିଧା ଓ ଚିକିତ୍ସାର ସମସ୍ତ ଖର୍ଚ୍ଚକୁ ଜରିମାନା ରୂପେ ବରପିତାଙ୍କୁ ଦେବାକୁ ପଡିଛି । ଏପର୍ଯ୍ୟନ୍ତ ବର ପିତାଙ୍କ ଉପରେ 6 ଲକ୍ଷ 26 ହଜାର 600 ଟଙ୍କାର ଜରିମାନା କରାଯାଇଥିବାବେଳେ ତିନି ଦିନ ମଧ୍ୟରେ ଏହାକୁ ଆାଦାୟ କରିବା ପାଇଁ ଭିଲଓ୍ବାଡା ଜିଲ୍ଲା ମାଜିଷ୍ଟ୍ରେଟ୍‌ ନୋଟିସ୍‌ ଜାରି କରିଛନ୍ତି । ସେହିପରି ଆଗକୁ ମଧ୍ୟ ଏହି ଜରିମାନାର ଆକାର ବଢିପାରେ ବୋଲି ସୂଚନା ରହିଛି। ଏହି ଆଦାୟ ଜରିମାନା ଟଙ୍କାକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଦିଆଯିବ ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣ ଉପରେ ପ୍ରଭାବି ନିୟନ୍ତ୍ରଣ ପାଇଁ ‘ଭିଲୱାରା ମଡେଲ’ ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । କିନ୍ତୁ ଏଠାରେ ଏକ ବିବାହ କାର୍ଯ୍ୟକ୍ରମରେ ଏକକାଳୀନ 15 ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି ।

ଜୁନ୍‌ 19 ତାରିଖରେ ଭୀଲଓ୍ବାଡା ରେ ବିବାହ କରାଯାଇଥିବାବେଳେ ଏହି ବିବାହରେ ବର, ବରର କାକା, ପିଇସୀ, ବର ପିତା, ଉଣୀ ଆଦି ସାମିଲ୍‌ ଥିଲେ । ତେବେ ନବବଧୂ ସମେତ 17ଜଣଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

କରୋନା କଟକଣା ବଢାଇଲା ବିଏମ୍‌ସି : ହଟସ୍ପଟ୍‌ ଜିଲ୍ଲାରୁ ଆସିଲେ କ୍ବାରେଣ୍ଟିନ୍‌

ଭୁବନେଶ୍ବର : କରୋନା କଟକଣାକୁ ବଢାଇଛି ଭୁବନେଶ୍ବର ମହାନଗର ନିଗମ। ଏବେ ସରକାରୀ କ୍ବାରେଣ୍ଟିନ୍‌କୁ ବାଧ୍ୟତାମୂଳକ କରିଛି ବିଏମ୍‌ସି।ଏଣିକି ହଟସ୍ପଟ୍‌ ଜିଲ୍ଲାରୁ ଆସୁଥିବା ଲୋକେ କ୍ବାରେଣ୍ଟିନ୍‌ରେ ରହିବେ। ହଟସ୍ପଟ୍‌ ଜିଲ୍ଲାରୁ ଫେରିଲେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିପାରିବେନି ।  ହଟସ୍ପଟରୁ ଆସୁଥିବା ଲୋକେ କ୍ବାରେଣ୍ଟିନ୍‌ରେ ରହିବେ ବୋଲି ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି । ପୂର୍ବରୁ ବାହାର ଦେଶ ବା ରାଜ୍ୟରୁ ଆସିଲେ କ୍ବାରେଣ୍ଟିନ୍‌ ଯିବାକୁ ପଡୁଥିଲା ।

ଭୁବନେଶ୍ବରରେ କୋଭିଡ୍‌ ସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନେଉଛି ବିଏମସି । ଏନେଇ ବିଏମସି ପକ୍ଷରୁ ପ୍ରେସମିଟରେ ସୂଚନା ଦିଆଯାଇଛି । ରାଜଧାନୀର 67ଟି ୱାର୍ଡରେ ୱାର୍ଡ କମିଟି ଗଠନ ହୋଇଛି । ପ୍ରତି ୱାର୍ଡ ସଚେତକ କମିଟିରେ 25ରୁ ଅଧିକ ଲୋକ ଅଛନ୍ତି । ଏଥିରେ ସ୍ୱେଚ୍ଛାସେବୀ, ମେଣ୍ଟର, ଡକ୍ଟର ଆଦି ରହିଛନ୍ତି

ରାଜଧାନୀରେ ରହିଥିବା ବସ୍ତି ଅଞ୍ଚଳକୁ ଅଧିକ ଗୁରୁତ୍ବ ଦିଆଯାଉଥିବାର ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ।  ରାଜଧାନୀର ଜନସଂଖ୍ୟାର ୩୩ ପ୍ରତିଶତ ହେଉଛି ବସ୍ତି ଅଞ୍ଚଳ । ସେଥିପାଇଁ ବସ୍ତି ଅଞ୍ଚଳ ଉପରେ ବିଏମସି ସ୍ୱତନ୍ତ୍ର ଧ୍ୟାନ ଦେଇଛି । ବସ୍ତି ଅଞ୍ଚଳରେ ହୋମ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ନାହିଁ । ସରକାରୀ କ୍ୱାରେଣ୍ଟାଇନରେ 14 ଦିନ ରଖାଯାଉଛି । ବସ୍ତି ଅଞ୍ଚଳରେ ସର୍ଭେ କରାଯାଉଛି । କାହାର ଲକ୍ଷଣ ଦେଖାଗଲେ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇ ଟେଷ୍ଟିଂ କରାଯାଉଛି ।

ସେହିପରି ସୁବାସ୍‌ ନଗର ବସ୍ତିରେ ଆଉ ନୂତନ ପଜିଟିଭ୍‌ ନାହିଁ ବୋଲି ସୂଚନା ଦେଇଛନ୍ତି କମିଶନର । ସୁବାସ ନଗର ବସ୍ତିରେ 6ଟି ପଜିଟିଭ୍ କେସ୍ ଆସିବା ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ଏହି ଅଞ୍ଚଳକୁ କଣ୍ଟେନେମଣ୍ଟ କରି ଏଯାଏ 6 ରାଉଣ୍ଡ ଆକ୍ଟିଭ୍‌ସର୍ଭେଲାନ୍ସ କରାଯାଇଛି । ସେହିପରି ଆକ୍ରାନ୍ତଙ୍କ କଣ୍ଟାକ୍ଟରେ ଆସିଥିବା 61ଟି ସାମ୍ପଲ୍‌ ପରୀକ୍ଷା କରାଯାଇଥିଲା। ଟେଷ୍ଟ ହୋଇଥିବା ସମସ୍ତ 61ଟି ନମୁନା ନେଗେଟିଭ୍‌ ଆସିଛି । ସାଲିଆ ସାହିରେ ବି 5 ଶହ ସାମ୍ପଲ୍‌ ଟେଷ୍ଟ ହୋଇଛି । ସମସ୍ତ ଟେଷ୍ଟ ନେଗେଟିଭ୍‌ ରହିଛି ବୋଲି ସୂଚନା ଦେଇଛନ୍ତି  ବିଏମ୍‌ସି କମିଶନର ।

ସିଲ୍‌ ହୋଇଥବା ଘରୋଇ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇଛି ବୋଲି ସୂଚନା ରହିଛି । ଆଜି ସୁଦ୍ଧା ମୋଟ୍‌ 39 ଜଣ ଆକ୍ରାନ୍ତ ହୋଇଥିବାର କହିଛନ୍ତି ବିଏମ୍‌ସି କମିଶନର । ଉକ୍ତ ହସ୍ପିଟାଲକୁ ସିଲ୍‌ କରାଯାଇଛି । ଅନ୍ୟ ହସ୍ପିଟଲଗୁଡିକର ଯାଞ୍ଚ କରାଯାଉଛି । ଏଯାଏ ଭୁବନେଶ୍ବରରୁ ମୋଟ୍‌ 274 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହିଆକ୍ରାନ୍ତଙ୍କ ମଧ୍ୟରୁ 129ଜଣ ସୁସ୍ଥ ହୋଇଥିବାବେଳେ 3 ଜଣଙ୍କର ମୃତ୍ୟୁ ହୋଇଛି ଏବେ ସୁଦ୍ଧା 132ଟି ଆକ୍ଟଇଭ୍‌ କେସ୍‌ ରହିଛି । ଏହି 132ଟି ଆକ୍ଟିଭ୍‌ କେ୍ସ୍‌ ମଧ୍ୟରୁ 25 ଜଣ ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମିକ ରହିଛନ୍ତି ।

ସେହିପରି ଭୁବନେଶ୍ବରୁ 8681ଜଣ ଫେରିଥିବାବେଳେ 2791 ଜଣ ଏବେବି କ୍ବାରେଣ୍ଟିନ୍‌ରେ ରହିଥିବାର ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ।

Categories
ଆଜିର ଖବର

କରୋନା କଟକଣା ଭିତରେ ଏଇ ମହାନଗରରେ ଗଡିଲା ଲୋକାଲ୍‌ ଟ୍ରେନ୍‌

ମୁମ୍ବାଇ:  ଭାରତରେ କରୋନା  ସ୍ଥିତି ଅଣାୟତ୍ତ ରହିଛି । ଦେଶରେ ସର୍ବାଧିକ ମାମଲା ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି । ଏଠାରେ ଏବେ ଏକ ଲକ୍ଷରୁ ଅଧିକ ଲୋକେ ସଂକ୍ରମଣର ଶିକାର ହୋଇଛନ୍ତି । ମହାରାଷ୍ଟ୍ରର ରାଜଧାନୀ ମୁ୍ମ୍ବାଇରୁ ଅଧିକ ମାମଲା ସାମ୍ନାକୁ ଆସିଛି । ମୁମ୍ବାଇରୁ ପ୍ରାୟ 57 ହଜାରରୁ ଅଧିକ ସଂକ୍ରମିତ ମାମଲା ରହିଛି । ତେବେ କରୋନା ସହିତ ଯୁଦ୍ଧ କରୁଥିବା ଏହି ସହରରେ ଏବେ ଲୋକଲ ଟ୍ରେନ୍‌ର ଆରମ୍ଭ କରାଯିବା ନେଇ ସୂଚନା ରହିଛି ।  କରୋନା କଟକଣା ଭିତରେ ଆଜିଠୁ ମୁମ୍ବାଇରେ ଲୋକାଲ୍ ଟ୍ରେନ୍ ଗଡୁଛି । ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ପାଇଁ କେତେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ୱେଷ୍ଟର୍ଣ୍ଣ ରେଲଓ୍ୱ ।

ତେବେ ଟ୍ରେନ୍‌ରେ ସାଧାରଣ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ନାହିଁ । କେବଳ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀ ହିଁ  ଟ୍ରେନ୍‌ରେ ଯାଇପାରିବେ।  ସେଥିଲାଗି ଯାତ୍ରୀମାନେ ଅଯଥାରେ ଷ୍ଟେସନରେ ଭିଡ଼ ନ ଲଗାଇବାକୁ କୁହାଯାଇଛି ।ଟ୍ରେନ୍ ଯାତ୍ରା ବେଳେ ସମସ୍ତ ପ୍ରକାର କରୋନା କଟକଣାକୁ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି ।

ଆଜି ସକାଳ ସାଢେ ପାଞ୍ଚଟାରୁ ଆରମ୍ଭ ହୋଇଛି ଲୋକାଲ ଟ୍ରେନ୍ ଚଳାଚଳ। ଏହା ରାତି ସାଢ଼େ 11ଟା ପର୍ଯ୍ୟନ୍ତ ଚାଲିବ ।  ତେବେ ଏଥିରେ ଯାତ୍ରା କରୁଥିବା କର୍ମଚାରୀମାନେ ସେମାନଙ୍କର ଆଇଡି କାର୍ଡ ଦେଖାଇ ଷ୍ଟେସନରେ ଏଣ୍ଟ୍ରି କରିପାରିବେ । ଏହି କର୍ମଚାରୀମାନଙ୍କୁ କ୍ୟୁ ଆର୍‌ ଆଧାରିତ ଇ -ପାସ୍‌ ଦିଆଯିବ, ଯେଉଁଥିରେ କଲର କୋଡ୍‌ ମଧ୍ୟ ରହିବ ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ହେଉଛି ପହିଲି ରଜ :  କରୋନା ପାଇଁ ଗାଁଠୁ ସହର ଯାଏ ଜାରି ହୋଇଛି ରଜ କଟକଣା

ଭୁବନେଶ୍ବର : ଆଜି ହେଉଛି ପହିଲି ରଜ । ଓଡ଼ିଶାର ଲୋକପ୍ରିୟ ପର୍ବମାନଙ୍କ ମଧ୍ୟରୁ ଏହି ପର୍ବ ଅନ୍ୟତମ । ତିନି ଦିନବ୍ୟାପୀ ପାଳିତ ହେଉଥିବା ରଜ ପର୍ବ ଉପକୂଳବର୍ତ୍ତୀ ଓଡ଼ିଶାରେ ଏହା ବେଶ୍‌ ଲୋକପ୍ରିୟ । ସାମାଜିକ, ସାଂସ୍କୃତିକ, ଧାର୍ମିକ ଦୃଷ୍ଟିକୋଣରୁ ଏହି ପର୍ବର ଗୁରୁତ୍ୱ ରହିଛି । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ରଜ ପର୍ବ ଉତ୍ସାହ ନାହିଁ । ସଟ୍‌ଡାଉନ୍‌ରେ ସଜବାଜ ହୋଇଥିବାବେଳେ ଲକ୍‌ ଡାଉନ୍‌ରେ ପାଳିତ ହେଉଛି ରଜ। ରଜ ସମୟରେ ଅଧିକ ଗହଳି ନ ହେବା ପାଇଁ ଓଡ଼ିଶାର ପ୍ରାୟ ଅଧିକାଂଶ ଜିଲ୍ଲାରେ ରଜ କଟକଣା ଜାରି ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ରଜ କଟକଣା ଜାରି କରାଯାଇଛି ।

ଗାଁ ଠୁ ସହର ଯାଏଁ ସର୍ବସାଧାରଣ ସ୍ଥଳରେ ରଜ ଦୋଳି ନାହିଁ କି ଖେଳ ପ୍ରତିଯୋଗିତା ନାହିଁ । ସେହିପରି ରଜ ପର୍ବରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ହେଉଥିବା ରଜ ମଉଜ ମଧ୍ୟ ଚଳିତ ଥର ଦେଖିବାକୁ ମିଳିବ ନାହିଁ । ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ ଥିବାବେଳେ ସମସ୍ତ ପାର୍କ, ରେୁଷ୍ଟରାଣ୍ଟ ମଲ୍‌ ଆଦି ବନ୍ଦ ରହିଛି । ଏହି ଭଳି ଏକ ପରିସ୍ଥିତିରେ ଆଜି ସାରା ରାଜ୍ୟରେ ରଜ ପର୍ବ ପାଳନ ହେଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ ଗାଇଡଲାଇନ ଅନୁସାରେ ସାରା ରାଜ୍ୟରେ ରଜ ପର୍ବ ପାଳନ ହେଉଛି । ସର୍ବସାଧାରଣସ୍ଥଳରେ ରଜ ପର୍ବ ପାଳନ ଅପେକ୍ଷା ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସରକାର କହିଛନ୍ତି ।ତେଣୁ ରାଜ୍ୟରେ ସାମୁହିକ ସମାବେଶ, ରଜଦୋଳି, ବାଗୁଡ଼ି, ତାସ ଖେଳ ଉପରେ କଟକଣା ଲାଗୁ ହୋଇଛି। ଗୋଟିଏ ସ୍ଥାନରୁ 7ରୁ ଅଧିକ ଲୋକ ଏକାଠି ହେବାକୁ ବାଣଣ କରାଯାଇଛି । ସେହିପରି ରାଜ୍ୟର ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ଲାଗୁ ହୋଇଥିବା ସଟଡାଉନ ରଜ ପର୍ବରେ ଅଧିକ ପ୍ରଭାବ ପକାଇଛି ।

ଓଡ଼ିଶାର ଲୋକପ୍ରିୟ ପର୍ବ ରଜରେ ଏବେ ସମେସ୍ତ ଘରେ ରହି ପର୍ବକୁ ପାଳନ କରିବା ପୂର୍ବକ କରୋନାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ରଜ ବାହାନାରେ କରୋନାକୁ ନିମନ୍ତ୍ରଣ ନ କରି ରଜ ସମୟରେ ନିଜ ପରିବାର ଲୋକଙ୍କ ସହ ଏକାଠି ସମୟ କାଟନ୍ତୁ ଓ କରୋନାକୁ ଦୂରେଇ ଦିଅନ୍ତୁ ।