କରୋନାରେ ସଂକ୍ରମିତ ହେଲେ ତେଲେଙ୍ଗାନା ଗୃହମନ୍ତ୍ରୀ

Published: Jun 29, 2020, 12:25 pm IST

ହାଇଦ୍ରାବାଦ: ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମହମୁଦ ଅଲିଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି। ରବିବାର ରାତିରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କ ଅବସ୍ଥା ସ୍ଥିର ବୋଲି ବର୍ଣ୍ଣନା କରିଛନ୍ତି। ଅଲି ଜୁନ୍ ୨୫ ରେ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ହରିଥା ହରାମ ନାମକ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କରୋନାଭାଇରସ୍ ଦ୍ଵାରା ସଂକ୍ରମିତ ହୋଇଥିବା ସେ ହେଉଛନ୍ତି ପ୍ରଥମ ମନ୍ତ୍ରୀ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ବିଧାନସଭାର ତିନିଜଣ ସଦସ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। (ଏଜେନ୍ସି)

Related posts