କୋଭିଡ୍‌ କଟକଣା ନିୟମ ଭାଙ୍ଗି ବାହା ହେବା ପଡିଲା ମହଙ୍ଗା, ବରର ମୃତ୍ୟୁ, 95 ଜଣ ସଂକ୍ରମିତ

Published: Jun 30, 2020, 11:48 am IST

ପାଟନା : ବିହାରର ରାଜଧାନୀ ପାଟନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଏକାସାଙ୍ଗରେ 95 ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ବରର ମୃତ୍ୟୁ ଘଟିଛି । ପାଟନାରୁ ପ୍ରାୟ 50 କିଲୋମିଟର ଦୂର ପାଲିଗଞ୍ଜ ଅଞ୍ଚଳରେ ଏଭଳି ଘଟଣା ମିଳିଛି । ଜୁନ୍‌ 15ରେ ଏଠାରେ ବିବାହ କାର୍ଯ୍ୟକ୍ରମ ହୋଇଥିବାବେଳେ ଏହି ବାହାଘରରେ 95 ଜଣ ଅତିଥି ଯୋଗ ଦେଇଥିଲେ । ଏଥିରୁ 80 ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା ।

30 ବର୍ଷୀୟ ବର ଜଣକ ଗୁରୁଗାଓଁଠାରେ ସପ୍ଟଓ୍ବେୟାର ଇଞ୍ଜିନିୟର ରୂପେ କାର୍ଯ୍ୟ କାର୍ଯ୍ୟରତ ଥିବା ବର ମେ 12କୁ ପାଟନାସ୍ଥିତ ନିଜ ଗ୍ରାମ ଡିହପାଲିକୁ ଆସିଥିଲେ । ତେବେ ବରଙ୍କ ନିକଟରେ ପୂର୍ବରୁ କୋଭି୍ଡ୍‌ର ଲକ୍ଷଣ ଦେଖିବାକୁ ମିଳିଥିଲେ ହେଁ ପରିବାର ଲୋକେ ତାଙ୍କର ନମୁନା ପରୀକ୍ଷା ନ କରି ବାହାଘର କରିଦେଇଥିଲେ ।

ବାହାଘରର ଦୁଇ ଦିନ ପରେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା । ଏହାପରେ ତାଙ୍କୁ ପାଟନା ସ୍ଥିତ ଏମ୍ସ ହସ୍ପିଟାଲକୁ ନେଇଥିଲେ । ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ମିଳିବା ପରେ ଜିଲ୍ଲା ପ୍ରଶାସନ ବାହାଘରରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କର ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ପ୍ରଥମେ 15 ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବାବେଳେ ପରେ ପରେ ଅନ୍ୟ 80 ଜଣଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିଲା । ତେବେ ବଧୂ ଜଣକ ସଂକ୍ରମିତ ହୋଇନଥିବା ରଜଣାପଡିଛି । କୋଭିଡ୍‌-ନିୟମକୁ ଭାଙ୍ଗିବା ବର ସମେତ ବରଙ୍କ ପରିବାର ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ବାହାଘର ରେ କେବଳ 50ଜଣଙ୍କ ଉପସ୍ଥିତ ରହିବାକୁ ପ୍ରଶାସନ ତରଫରୁ ନିୟମ କରାଯାଇଥିବାବେଳେ ଏହି ନିୟମକୁ ଭଙ୍ଗ କରାଯାଉଥିବା ଦେଖାଯାଉଛି ।

ପୂର୍ବରୁ ମଧ୍ୟ ଭୀଲଓ୍ବାଡାର ଏକ ବାହାଘରରେ 250 ଜଣ ଲୋକ ସାମିଲ୍‌ ହୋଇଥିଲେ। ଏହି ବାହାଘରରେ 15 ଜଣ ସଂକ୍ରମିତ ହୋଇଥିବାବେଳେ ବରର ଜେଜେବାପାଙ୍କର ମୃତ୍ୟୁ ହୋଇଥିଲା । ଏଥିପାଇର ବର ପିତାଙ୍କୁ ମୋଟା ରକମର ଜରିମାନା ମଧ୍ୟ କରାଯାଇଥିଲା । (ଏଜେନ୍ସି)

Related posts