ରମେଶ ମହାନ୍ତି
ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ 17 ଜଣ ଆକ୍ରାନ୍ତଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ 15 ଜଣ ପ୍ରବାସ ଫେରନ୍ତା ହୋଇଥିବାବେଳେ ଦୁଇ ଜଣ କ୍ୟାନସର ରୋଗୀ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଜଗତସିଂହପୁର ବ୍ଲକରୁ 7 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ତେଲେଙ୍ଗାନାରୁ 5ଜଣ, ମହାରାଷ୍ଟ୍ରରୁ ଜଣେ ଓ ଦିଲ୍ଲୀରୁ ଜଣେ ଫେରିଥିବାର ସୂଚନା ରହିଛି । ଏହି ସମସ୍ତ 7 ଆକ୍ରାନ୍ତ ଟିଏମ୍ସିର ଚିହ୍ନଟ ହୋଇଛନ୍ତି ।
ସେହିପରି ତିର୍ତ୍ତୋଲରୁ 9 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି 9 ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ତିନିଜଣ ଫେରିଥିବାବେଳେ ପଶ୍ଚିମବଙ୍ଗରୁ ଜଣେ, କର୍ଣ୍ଣାଟକରୁ ଜଣେ, ଦିଲ୍ଲୀରୁ ଜଣେ ରହିଛନ୍ତି । ଏହି ଛଅ ଜଣ ଯାକ ଟିଏମ୍ସିରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଦୁଇଜଣ ହୋମ୍କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ କର୍ଣ୍ଣାଟକରୁ ଫେରିଥିବାବେଳେ ଗୁଜୁରାଟରୁ ଜଣେ ଫେରିଛନ୍ତି । ସେହିପରି ତିର୍ତ୍ତୋଲ ବ୍ଲକରୁ ଚିହ୍ନଟ ଅନ୍ୟ ଜଣେ ଆକ୍ରାନ୍ତ ଜଣକ କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଚିକିତ୍ସାଧୀନ ବୋଲି ସୂଚନା ରହିଛି । ସେହିପରି ଏରସମାରୁ ଚିହ୍ନଟ ଆକ୍ରାନ୍ତ ଜଣକ ମଧ୍ୟ କ୍ୟାନସର ହସ୍ପିଟାଲର ଚିକିତ୍ସାଧୀନ ରୋଗୀ ବୋଲି ସୂଚନା ରହିଛି ।
ସୂଚନାଯୋଗ୍ୟ, ତିର୍ତ୍ତୋଲ ବ୍ଲକ ଅଞ୍ଚଳରୁ ବାହାରିଥିବା 9ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କୃଷ୍ଣାନନ୍ଦପୁର ପଞ୍ଚାୟତରୁ 4,ସାମନ୍ତରାପୁର ପଞ୍ଚାୟତରୁ 1,ଆମ୍ବେରି ପଞ୍ଚାୟତରୁ 1,କୋଲର ପଞ୍ଚାୟତରୁ 2ଜଣ ବୋଲି ଜଣାପଡିଥିବା ବେଳେ ଜଣେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ଚିକିତ୍ସାଧିନ ବୋଲି ଜଣାପଡିଛି ।
ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 298ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 171ରେ ପହଞ୍ଚିଛି । ଏବେ ସୁଦ୍ଧା ଜିଲ୍ଲାରେ 127ଟି ସକ୍ରିୟ ମାମଲା ରହିଛି ।