ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସାନଖେମୁଣ୍ଡି ବ୍ଲକ ସାହାସପୁର ମେଡିକାଲରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ସୂଚନା ମୁତାବକ ଗତକାଲି ସାହାସପୁର ଗ୍ରାମର ବଡସାହିର ଏକ ପରିବାରର ୪ସଦସ୍ଯ ଝାଡାବାନ୍ତି ରୋଗରେ ପୀଡିତ ହୋଇ ମେଡିକେଲ ଯାଇଥିଲେ। ସଂପୃକ୍ତ ଡାକ୍ତର ଔଷଧ ପ୍ରଦାନ କରି ବିଦା କରିଦେଇଥିଲେ। ୪ଜଣଙ୍କ ଅବସ୍ଥା ଅଧିକ ଗୁରୁତର ଆଡକୁ ଗତିକରିବା ସହ ପରିବାରର ୧୦ବର୍ଷର ପିଲାଟି ମୃତ୍ଯୁବରଣ କରିବା ଯୋଗୁଁ ଗ୍ରାମରେ ଉତ୍ତେଜନା ଲାଗିରହିଛି। ଡାକ୍ତରଙ୍କ ଅପାରଗତା ଯୋଗୁଁ ପିଲାଟିର ମୃତ୍ଯୁ ହୋଇଥିବାର ଅଭିଯୋଗ କରି ମେଡିକେଲରେ ଶତାଧିକ ଲୋକ ଜମା ହୋଇ ପ୍ରତିବାଦ କରୁଛନ୍ତି ତେବେ ଏହି ଘଟଣାରେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଏହାର ସମାଧାନ କରିବା ପାଇଁ ସ୍ଥାନୀୟରେ ଦାବି ହୋଇଛି ।
Tags: