ତିର୍ତ୍ତୋଲ ବିଧାୟକଙ୍କ ଆରୋଗ୍ୟ କାମନା କରି ବାଲିକୁଦାରେ ଦୀପଦାନ

Published: Jun 30, 2020, 3:51 pm IST

ରମେଶ ମହାନ୍ତି

ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ବିଜୁଜନତା ଦଳର ପୂର୍ବତନ ସଭାପତି ତଥା ଜିଲ୍ଲାରୁ ୬ଥର ବିଧାୟକ ହୋଇଥିବା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଶରୀର ଏବେ ଗୁରୁତର ଅସୁସ୍ଥ ଥିବାବେଳେ ସେ ଏବେ ଭୂବନେଶ୍ବର ଆପୋଲ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ବିଧାୟକ ଶ୍ରୀ ଦାସଙ୍କ ଆସୁଆରୋଗ୍ୟ କାମନା କରି ବାଲିକୁଦା ବ୍ଲକର ଯୁବଛାତ୍ର ସଂଗଠନ ପକ୍ଷରୁ ଆଜି ସକାଳେ ବାଲିକୁଦା ବଜାରର ଅଧିଷ୍ଠାତ୍ରୀ ମା’ଥାନପତି ମନ୍ଦିର ପ୍ରାଙ୍ଗଣରେ ସମୂହ ଦୀପଦାନ କରାଯାଇଛି।
ଯୁବନେତା ତାପସ ରଞ୍ଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ସକାଳୁ ୫୦ରୁ ଉର୍ଦ୍ଧ୍ବ ଛାତ୍ର ଓ ଯୁବନେତା ଏକାଠି ହୋଇ ସମୂହ ଦୀପଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରକାଶ ଚନ୍ଦ୍ର ଦଳାଇ , ରଶ୍ମିରଂଜନ ବାରିକ ,ମାନସ ଜେନା ,ଶ୍ରୀକାନ୍ତ ମହାନ୍ତି, ସଚିନ ସ୍ୱାଇଁ,ସମ୍ବିତ ମହାନ୍ତି , ଅଭିଜିତ ବିଶ୍ଵାଳ, ଶ୍ରୀନାଥ ମହାନ୍ତି, ରଞ୍ଜିତ ପରିଡା,ବାବୁ ନାଥ ,ସୋମନାଥ ପରିଡା , ସତ୍ୟଜିତ ବିଶ୍ୱାଳ, ସଂଜୀବ ସାହୁ ସୃତି ସାହୁ, ଜ୍ଞାନ ରାଉତ ପ୍ରମୂଖ ଯୋଗଦେଇଥିଲେ।

Related posts