ବାହୁଡୁଛନ୍ତି ମହାବାହୁ : ଆରମ୍ଭ ହେଲା ରଥଟଣା

Published: Jul 1, 2020, 11:55 am IST

ପୁରୀ : ଜନ୍ମବେଦୀ ଗୁଣ୍ଡିଚା ଘରେ ଶେଷ ହୋଇଯାଇଛି ମହାପ୍ରଭୁଙ୍କ ଲୀଳାଖେଳା । ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡୁଛନ୍ତି ମହାବାହୁ ।

ସକାଳୁ ମଙ୍ଗଳ ଆଳତି, ମଇଲମ, ଅବକାଶ, ବଲ୍ଲଭ, ସକାଳ ଧୂପରେ ଖେଚୁଡି ଖାଇ ବାହୁଡୁଛନ୍ତି ଜଗତପତି । ବାହୁଡ଼ାଯାତ୍ରାର ନୀତି ନିର୍ଘଣ୍ଟ ଅନୁଯାୟୀ ପହଣ୍ଡି ଆରମ୍ଭ ହୋଇ ଛେରା ପହଁରା ଶେଷ ହୋଇଥିବାବେଳେ ନିର୍ଘଣ୍ଟ ସମୟ  ଆଗରୁ ରଥଟଣା ଆରମ୍ଭ ହୋଇଛି । 12ଟାରେ ରଥଟଣା ଆରମ୍ଭ ହେବା ପାଇଁ ସମୟ ଧାର୍ଯ୍ୟ ହୋଇଥିବାବେଳେ ଧାର୍ଯ୍ୟ ସମୟର35 ମିନିଟ୍‌ ପୂର୍ବରୁ ରଥଟଣା ଆରମ୍ଭ ହୋଇଛି । 11ଟା 25ରେ ଗଡିଲା ବଡଠାକୁର ବଳଭଦ୍ରଙ୍କ ରଥଟଣା ହୋଇଥିଲା । ଧାର୍ଯ୍ୟ ସମୟର 35 ମିନିଟ୍‌ ପୂର୍ବରୁ ଆରମ୍ଭ ହୋଇଛି ରଥଟଣା ।

ବାହୁଡ଼ା ଯାତ୍ରା ପାଇଁ ରଥଯାତ୍ରା ଭଳ କୋଭିଡ କଟକଣା ଜାରି କରାଯାଇଛି । ପୁରୀ ସହରରେ ଗତକାଲି ରାତି 10ଟାରୁ କର୍ଫ୍ୟୁ ଜାରି ହୋଇଛି। ରଥଯାତ୍ରା ପାଇଁ  70 ପ୍ଲାଟୁନ ଫୋର୍ସ ରହିଛନ୍ତି । କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ସେବାୟତମାନେ ରଥ ଟାଣୁଛନ୍ତି ।

ପୁରୀ ସହରରେ ଏକ ସପ୍ତାହ ମଧ୍ୟରେ ମୋଟ୍ 5569 ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ 12 ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଂଚଳକୁ କଣ୍ଟେନମେଣ୍ଟ ଜୋନ କରାଯାଇ କଣ୍ଟାକ୍ଟ ଟ୍ରେସିଙ୍ଗ ଚାଲିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Related posts