
କୋରାପୁଟ : ପଟ୍ଟାଙ୍ଗୀ ଟିଏମ୍ସିରେ ମହିଳାଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳୁଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଟିଏମ୍ସି କେନ୍ଦ୍ରରେ ଶୋଇଥିବା ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ସୂଚନା ରହିଛି। ମୃତ ମହିଳା ଆନ୍ଧ୍ର ଫେରନ୍ତା ହୋଇଥିବାବେଳେ ସ୍ବାବ୍ ଟେଷ୍ଟ ପାଇଁ ଯାଇଥିଲା। ତେବେ ତାଙ୍କର ରିପୋର୍ଟ ଆସିନଥିବାବେଳେ ମହିଳାଙ୍କ ଜଣକଙ୍କର ମୃତ୍ୟୁ ହୋଇଥିବାର ପରିସ୍ଥିତିକୁ ଗମ୍ଭୀର କରିଛି ।